oom

ବରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ କାଂସଡା ଗ୍ରାମ ପଞ୍ଚାୟତ ବରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଗଣିତ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଧି ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ଗାଇଡ଼ ଶିକ୍ଷୟତ୍ରୀ ନେହା ବରିହା, ଦୀପ୍ତିମଞ୍ଜରୀ ମିର୍ଦ୍ଧାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଏବଂ ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ବିରଞ୍ଚି ଭୋଇ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ବୃଦ୍ଧି, ବିଜ୍ଞାନ ପ୍ରତି ରୁଚି ରଖି ଆଗକୁ ବଢିବା ପାଇଁ ଉପଦେଶ ପ୍ରଦାନ କରିଥିଲେ । ବିଦ୍ୟାଳୟରୁ ମୋଟ ୫୮ଟି ବିଜ୍ଞାନ ପ୍ରକଳ୍ପ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିଲା । ପଥରେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ରାମନାଥ ବାଗ ଏବଂ ମୁନେଇକେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମାନଭଞ୍ଜନ ସାହୁ ଯୋଗଦାନ କରି ବିଚାରକ ଦାୟିତ୍ୱ ତୁଲାଇଥିଲେ । କନିଷ୍ଠ ବର୍ଗରୁ ପ୍ରଥମ ସ୍ଥାନରେ ଭାରତୀ ଲୁହାର (୫ମ ଶ୍ରେଣୀ ), ଦ୍ଵିତୀୟ ସ୍ଥାନ ଗୀତେଶ ରଣା (୫ମ ଶ୍ରେଣୀ ), ତୃତୀୟ ସ୍ଥାନରେ ବିଭୁତି ଜଗତ (୩ୟ ଶ୍ରେଣୀ ) ସେହିପରି ବରିଷ୍ଠ ବର୍ଗରୁ ପ୍ରଥମ ସ୍ଥାନରେ ବିଶ୍ଵନାଥ ବାରିକ (୮ମ ଶ୍ରେଣୀ) ଦ୍ଵିତୀୟ ସ୍ଥାନରେ କିଞ୍ଜଳ ଶିକା (୮ମ ଶ୍ରେଣୀ), ତୃତୀୟ ସ୍ଥାନରେ ଚନ୍ଦା ନାଏକ (୮ମ ଶ୍ରେଣୀ)ଙ୍କ ପ୍ରକଳ୍ପ ମନୋନୀତ ହୋଇଥିବା ବେଳେ ଅତିଥି ଗଣ ପୁରସ୍କୃତ କରି ଶୁଭେଚ୍ଛା ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମର ପରିଚାଳନା ପାଇଁ ଶିକ୍ଷକ ଡମ୍ବରୁଧର ପ୍ରଧାନ, ଶିକ୍ଷୟତ୍ରୀ ରଞ୍ଜିତା ସାହୁ ବିଶେଷ ଭାବରେ ସହଯୋଗ କରିଥିଲେ । ସହକାରୀ ଶିକ୍ଷକ ଡମ୍ବରୁଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.