csstore

ବିଇଓ ଅଫିସ ଘେରାଉ କଲେ ଖଟୁଆ କୁଦା ସ୍କୁଲ ଅଭିଭାବକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦିବ୍ୟସିଂହ ପଲାଇଙ୍କ ବଦଳି ନେଇ ଦାବି ଜୋର ଧରିଛି । ପ୍ରଥମେ ଛତ୍ରୀଛାତ୍ର ଅଭିଭାବକ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିବା ବେଳେ ସୋମବାର ଅଭିଭାବକମାନେ ବିଇଓ କାର୍ଯ୍ୟାଳୟ ବିକ୍ଷୋଭ ପଦର୍ଶନ କରିଛନ୍ତି । ବିଇଓ ଦାୟିତ୍ୱରେ ଥିବା ସୁଚିତ୍ରା ପାଣିଗ୍ରାହୀ ଅଭିଭାବକଙ୍କ ଆଲୋଚନା କରିଥିଲେ । ଖୁବ ଶୀଘ୍ର ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରକାଶ ଯୋଗ୍ୟ ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଗୃହ ଥିବା ବେଳେ ତିନିଜଣ ଶିକ୍ଷକ ନିଯୁକ୍ତି ଥିଲେ । ପରିଚାଳନା କମିଟି ବାରମ୍ବାର ଦାବି କରିବା ପରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଅନ୍ୟପଟେ ଉକ୍ତ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ଛଅ ମାସ ପରେ କାର୍ଯ୍ୟକାଳ ସରୁଛି । ତେଣୁ ପିଲାମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି । ବିଇଓଙ୍କ ସହ ଆଲୋଚନା ବେଳେ ପରିଚାଳନା କମିଟି ସଭାପତି ଶବର କୁମାର ତରାଇ, ବୃନ୍ଦାବନ ପ୍ରଧାନ, ଧନୁ ସାହୁ, ଅଜୟ ପ୍ରଧାନ, ପିଣ୍ଟୁ ସାହୁ, ଶଙ୍କର ପରିଡା, ବିଷ୍ଣୁ ସାହୁ, ଗଙ୍ଗା ସ୍ୱାଇଁ, ସଞ୍ଜୟ ସାହୁ, କାଳିଆ ପ୍ରଧାନ, ବଳି ତରାଇ, କାଳିଆ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.