pakka

ମୁରିବାହାଲ ପଞ୍ଚାୟତି ହାଇସ୍କୁଲ ଓ ସିରୋଲ ହାଇସ୍କୁଲ ସହ ବ୍ଲକର ସମସ୍ତ ବିଦ୍ୟାଳୟରେ ମୋ ସ୍କୁଲ ଉତ୍ସବ ଅନୁଷ୍ଠିତ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ମୋ ସ୍କୁଲ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁନୀଲ କୁମାର ପାତ୍ରଙ୍କ ତତ୍ଵାବଧାନରେ ତଥା ସ୍କୁଲ ଆଲୁମନି କମିଟି ସଭାପତି ତଥା ଡିଗ୍ରୀ କଲେଜର ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁରିବାହାଲ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୀରା ସିଂ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଏଥିରେ ପୁରାତନ ଛାତ୍ର ତଥା ଆଲୁମନି କମିଟିର ବରିଷ୍ଠ ସଦସ୍ୟ ଅଗସ୍ତି ବଘାର, ଆଇନଜିବୀ ସୁଦାମ ଚରଣ ବଘାର, ବରିଷ୍ଠ ସାମ୍ୱାଦିକ ଦୁର୍ଗାନନ୍ଦ ମହାକୁର, ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ରଶ୍ମିଲତା ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ମୋ ସ୍କୁଲ ଉତ୍ସବ ପାଳନ ଓ କିପରି ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସଂଖ୍ୟକ ପୁରାତନ ଛାତ୍ରଛାତ୍ରୀ ଯୋଗଦେବେ ସେ ସମ୍ପର୍କ ଆଲୋକପାତକରିଥିଲେ । ଏହାପରେ ସମସ୍ତ ପୁରାତନ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପତ୍ର ବଣ୍ଟନ କରାଯାଇଥିଲା । ସହକାରୀ ଶିକ୍ଷକ ହେମନ୍ତ ନାଗ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଥିରେ ବହୁ ପୁରାତନ ଛାତ୍ର, ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରି ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ସେହିପରି ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ମୋ ସ୍କୁଲ ଉତ୍ସବ ପାଳିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ସଭାପତି ରୂପଧର ବଗର୍ତ୍ତୀଙ୍କ ସଭାପତିତ୍ୱରେ ତଥା ଶିକ୍ଷକ ଲିଲୁ ମୋହନ ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାସ ଭୋଇ, ବରିଷ୍ଠ ସଦସ୍ୟ ବିଦ୍ୟାଧର ବଗର୍ତ୍ତୀ, ପ୍ରଧାନଶିକ୍ଷକ ବିଜୟ କୁମାର ରଣା, ଶିକ୍ଷକ ଜଗଦୀଶ ସୁନା, ରୋହିତ ନାଗ, ଶୁଭ୍ରାଂଶୁ ତାଣ୍ଡି, ଶିକ୍ଷୟିତ୍ରୀ ଆନନ୍ଦିନୀ ଥନାପତି ପ୍ରମୁଖ ମଞ୍ଚାସିନ ଥିଲେ । ଏଥିରେ ପୂର୍ବତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଉନ୍ନତି ଦିଗରେ ଅନେକ ପଦକ୍ଷେପ ନେବାକୁ ମତାମତ ରଖିଥିଲେ । ପ୍ରଧାନଶିକ୍ଷକ ଶ୍ରୀ ରଣା ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ସଫଳ ରୂପାୟନ ବିଷୟରେ ଆଲୋକପାତ କରାଥିଲେ । ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜ୍ଞାପନ ପତ୍ର ବଣ୍ଟନ କରାଯାଇଥିଲା । ଶେଷରେ ଶିକ୍ଷକ ଶ୍ୟାମ ସୁନ୍ଦର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନରେ ଶିକ୍ଷକ ମୋହନ ପ୍ରଧାନୀ, ମୋତିରାମ ମାଝୀ, ସୁଶାନ୍ତ ନାଏକଙ୍କ ସହ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିଲେ । ସେହିଭଳି ଗୁରୁବାର ମୁରିବାହାଲ ବ୍ଲକ ଅଞ୍ଚଳରେ ଥିବା ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡିକରେ ମୋ ସ୍କୁଲ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଗୁଡ଼ିକରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ସିଆରସିସି, ଏବିଇଓ ଓ ବିଇଓ ପ୍ରମୁଖ ଯୋଗ ଦେଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

14 − 3 =