oom

‌ସ୍ୱାଗତ ସମ୍ବର୍ଦ୍ଧନା ଓ ଆଚାର୍ୟ୍ୟ ବିକାଶ ଦିବସ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସର‌ସ୍ୱତୀ ଶିଶୁମନ୍ଦିର ପରିସରରେ ନୂତନ ପରିଚାଳନା ସମିତି ସଦସ୍ୟଙ୍କୁ ‌ସ୍ୱାଗତ ସମ୍ବର୍ଦ୍ଧନା ଓ ଆଚାର୍ୟ୍ୟ ବିକାଶ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନାଚାର୍ୟ୍ୟ ସାନନ୍ଦ ବାରିକ ଅତିଥି ପରିଚୟ ପ୍ରଦାନ ଓ ସଭାକାର୍ୟ୍ୟ ପରିଚାଳନା କରିଥିଲେ । ଏହି ଦିବସରେ ମୁଖ୍ୟଅତିଥି ରୂପେ ସଭାପତି ରାମ କୁମାର ଗୁପ୍ତା ଯୋଗଦାନ କରି ବନ୍ଦନା ପୀଠରେ ଦୀପ ପ୍ର‌ଜ୍ୱଳନ କରିଥିବା ବେଳେ ମୁଖ୍ୟବକ୍ତା ରୂପେ ସଂପାଦକ କୁବେର ରଣା ବିଦ୍ୟାଳୟର ଉତ୍ତୋରାତ୍ତର ଉନ୍ନତି ପାଇଁ ମାର୍ଗ ଦର୍ଶନ କରିଥିଲେ । ଉପ ସଭାପତି ପ୍ରଫୁଲ୍ଲ କୁମାର ରଣା, କୋଷାଧ୍ୟକ୍ଷ ରାଜେଶ ପଟେଲ, ଯୁଗ୍ମ ସଂପାଦକ ରମାଇ ଚରଣ ଦାସଙ୍କ ସମେତ ମହିଳା ସଦସ୍ୟା ସୁପ୍ରଭା ସାହୁ, ସଙ୍ଗୀତା ମେହେର ଯୋଗଦାନ କରିଥିବା ବେଳେ ସକ୍ରିୟ ଉପଦେଷ୍ଟା ମଣ୍ଡଳୀର ସଦସ୍ୟା ହାଡୁ ସାହୁ, ତ୍ରିଲୋଚନ ନାଏକ, ଓମ ପ୍ରକାଶ ମେହେର ଯୋଗଦାନ କରିଥିଲେ । ଏହି କାର୍ୟ୍ୟକ୍ରମକୁ ବିଦ୍ୟାଳୟ ସମସ୍ତ ଗୁରୁଜୀ ଗୁରୁମାମାନେ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ତୃତୀୟ ଶ୍ରେଣୀ ଓ ପଞ୍ଚମ ଶ୍ରେଣୀର ଅଭିଭାବକ ଓ ଅଭିଭାବିକାମାନେ ଯୋଗଦାନ କରି ଶୈକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ତ୍ରିଲୋଚନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.