ମ୍ୟୁନିସିପାଲଟି କ୍ୟାସିଅର ସତ୍ୟାନନ୍ଦ ଦାସଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରପରିଷଦର କ୍ୟାସିଅର ସତ୍ୟାନନ୍ଦ ଦାସଙ୍କ ପରଲୋକ ହୋଇଯାଇଛି । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୫୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ୱର୍ଗତ ଦାସ ଥିଲେ ଜଣେ ସୁପରିଚିତ, ମେଳାପୀ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ମମତା, ବଡଝିଅ ଗୁଡୁ ଓ ସାନଝିଅ ନିପୁ, ଭାଇ ପ୍ରାଣବନ୍ଧୁ, ଭାଇବୋହୁ ଗୀତାଞ୍ଜଳି, ଦୁଇ ଜ୍ୱାଇଁ ଶିବ ଖୁଆସ ଓ ପ୍ରଫୁଲ୍ଲ, ପୁତୁରା ଅଙ୍କିତ, ଝିଆରି ପ୍ରାପ୍ତି, ଭଣଜା ଟୁକୁ, ପିଣ୍ଟୁ ଉପସ୍ଥିତ ଥିଲେ । ସ୍ଥାନୀୟ ବିଭୂତିପଡା ଶ୍ମାଶନରେ ପୁତୁରା ଅଙ୍କିତ ମୁଖାଗ୍ନି ଦେଇଥିଲେ । ତାଙ୍କ ତିରୋଧାନରେ ପୌରପରିଷଦ ଅଧିକାରୀ ଓ କର୍ମ·ରୀମାନେ ଗଭୀର ଶୋକ ପ୍ରକାଶ କରିବା ସହିତ ସହରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.