jsm

ଆଗଲପୁର ବ୍ଲକ୍‌ ସ୍ତରୀୟ ଅନ୍‌ ଲାଇନ୍‌ ପ୍ରଧାନଶିକ୍ଷକ କର୍ମଶାଳା

csstore

ଆଗଲପୁର, (ଦେବାଶିଷ ପଧାନ) : ଆଜି ଆଗଲପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ ଏକ ଅନ୍‌ ଲାଇନ୍‌ ବ୍ଲକ୍‌ର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ କର୍ମଶାଳା ଗୁଗୁଲ୍‌ ମିଟ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ବ୍ଲକ୍‌ ସଂପାଦକ ଓଷ୍ଟା ତାରାକାନ୍ତ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ତାପରେ ବ୍ଲକ୍‌ ଶିକ୍ଷା ଅଧିକାରୀ ସୁଶ୍ରୀ ମଂଜୁଲତା ଭୋଇ ବର୍ତ୍ତମାନ ପରିସ୍ଥିତିରେ ଉଚ୍ଚ ବିଦ୍ୟାଳୟମାନଙ୍କରେ କିପରି ପିଲାମାନଙ୍କ ପାଖକୁ ଶିକ୍ଷା ପହଂଚିପାରିବ, ତା’ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପରେ ଓଷ୍ଟା ରାଜ୍ୟ ପୂର୍ବତନ ସଭାପତି ପୁରନ୍ଦର ଦାଶ ବର୍ତ୍ତମାନ ଶିକ୍ଷା ପଦ୍ଧତିକୁ କେଉଁ ଢଙ୍ଗରେ ଦଳିତ ନିଷ୍ପେସିତ ଆଦିବାସୀ, ଗରିବ ପିଲାମାନଙ୍କ ପାଖକୁ ପହଂଚା ଯାଇ ପାରିବ ତା ସଂପର୍କରେ ଆଲୋଚନା କରି ବ୍ଲକ୍‌ ସ୍ତରରେ ଗୁଣାତ୍ମକ ଶିକ୍ଷାର ବିକାଶ ସଂପର୍କରେ ପ୍ରଧାନଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ । ପରେ ଆଲୋଚନାରେ ଦିଲୀପ ପାଠୀ, ଅରୁଣା ମହାନନ୍ଦ, ଦିଲୀପ ଯୋଷୀ, ଦିଲୀପ ବେହେରା, ପ୍ରଶାନ୍ତ କୁମାର ପଧାନ, ଭାଗବତିଆ ସାହୁ, ସଂଗୀତାଂଜଳି ମିଶ୍ର ଆଦି ଭାଗ ନେଇ ବର୍ତ୍ତମାନ ପରିସ୍ଥିତିକୁ କିପରି ମୁକାବିଲା କରାଯାଇ ପାରିବ, ସେ ସଂପର୍କରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ପରିଶେଷରେ ବ୍ଲକ୍‌ ନୋଡ଼ାଲ୍‌ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.