csstore

ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସିବିଏସ୍‌ଇ ଦଶମ ଓ ଦ୍ୱାଦଶର ଫଳାଫଳ ଶତ ପ୍ରତିଶତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇଛି । ବିଦ୍ୟାଳୟରେ ପରିକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହିତ ଉର୍ତ୍ତିର୍ଣ୍ଣ ହୋଇଛନ୍ତି ଦଶମ ଶ୍ରେଣୀର ୧୦୪ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ସମସ୍ତେ ପାସ୍ ହୋଇଥିବା ବେଳେ ଅମରଜିତ ମାନସିଂହ ୯୬.୪% ମାର୍କ ରଖି ବିଦ୍ୟାଳୟର ଟପ୍ପର ହୋଇଛନ୍ତି ଅନ୍ୟମାନଙ୍କ ମଧ୍ୟରେ ୧୦ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି । ଠିକ୍ ସେହିପରି ଦ୍ୱାଦଶ ବିଜ୍ଞାନରେ ୨୪୦ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେଇ ସମସ୍ତେ ପାସ୍ ହୋଇଥିବା ବେଳେ ସିମ୍ପଲ ପଟ୍ଟନାୟକ ୯୭% ମାର୍କ ରଖି ପ୍ରଥମ ହୋଇଥିବା ବେଳେ ୨୬ଜଣ ଛାତ୍ରଛାତ୍ରୀ ୯୦% ଅଧିକ ନମ୍ବର ରହିଛନ୍ତି ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର, ସଂପାଦକ ଗୋପାଳ କ୍ରିଷ୍ଣା ସିଂହଦେଓ, କୋଷାଧ୍ୟକ୍ଷ ଆଲୋକ ରଂଜନ ବେଦବାକ ସଭ୍ୟ ଶିରିଶ ଚନ୍ଦ୍ର ହୋତା, ବାଦଳ ମହାକୁର, ସଞ୍ଜିବ ସାହୁ ତଥା ବିଦ୍ୟାଳୟର ଅଧ୍ୟକ୍ଷ ସତିଶ ପ୍ରଧାନ, ଉପାଧ୍ୟକ୍ଷ ଦୀପକ ବରାଲ ଓ ଉପାଧ୍ୟକ୍ଷା ମମିତା ବେହେରା ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ କାମନାକରି ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଛନ୍ତି ।

jayashree
Leave A Reply

Your email address will not be published.