ସୋମବାରଠୁ ରାଜ୍ୟରେ ପଛୁଆ ବର୍ଗ ସର୍ଭେ ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ପଛୁଆ ବର୍ଗ ସର୍ଭେ ଆରମ୍ଭ ହେବ । ଏନେଇ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପ୍ରସ୍ତୁତି କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ସମେତ ବିଭିନ୍ନ ପୌରାଞ୍ଚଳ ଏବଂ ବ୍ଲକ୍ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ସୂଚନା ଅନୁଯାୟୀ, ସୋମବାରଠୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଓବିସି ସର୍ଭେ ଚାଲିବ । ପ୍ରତି ଗାଁରେ ଅଫଲାଇନ୍ ଏବଂ ଅନଲାଇନ୍ ମାଧ୍ୟମରେ ସର୍ଭେ କରାଯିବ । ଏଥିପାଇଁ ପ୍ରତି ୱାର୍ଡରେ କେନ୍ଦ୍ର ଖୋଲିବାକୁ ବ୍ୟବସ୍ଥା କରାଯାଇଛି । ୨୭ ଦିନ ଧରି ଚାଲିବାକୁ ଥିବା ଏହି ସର୍ଭେରେ ମେ’ ୧ରୁ ୨୦ ତାରିଖ ପର୍ଯ୍ୟନ୍ତ ସବୁ ଅଞ୍ଚଳରେ ସର୍ଭେ କରାଯିବ । ଏହାପରେ ମେ’ ୨୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଡ୍ରାଇଭ୍ କରାଯିବ । ଯେକୌଣସି ବ୍ୟକ୍ତି ଅନଲାଇନ୍ ପଞ୍ଜୀକରଣ କରିପାରିବେ ।

ଅଫଲାଇନ୍ ସର୍ଭେ ପାଇଁ ପ୍ରତି ଗାଁ ଏବଂ ୱାର୍ଡରେ କେନ୍ଦ୍ର ଖୋଲାଯାଇଛି । ଏଠାରେ ଅଙ୍ଗନୱାଡି କର୍ମୀ ବା ସ୍ଥାନୀୟ ଶିକ୍ଷକଙ୍କୁ ଏନୁମରେଟର୍ ଭାବରେ ନିଯୁକ୍ତ କରାଯିବ । ପରିବାରର ମୁଖ୍ୟ କିମ୍ବା ଯେକୌଣସି ସଦସ୍ୟ ସର୍ଭେ କେନ୍ଦ୍ରକୁ ଯାଇ ପରିବାରର ସମସ୍ତ ତଥ୍ୟ ଦେଇ ପଞ୍ଜୀକରଣ କରିପାରିବେ । ପଞ୍ଜୀକରଣ ପାଇଁ ଆଧାର କାର୍ଡ, ଭୋଟର୍ କାର୍ଡ, ପାନ୍ କାର୍ଡ କିମ୍ବା ପାସପୋର୍ଟକୁ ପ୍ରମାଣପତ୍ର ଭାବେ ଦେଖାଇପାରିବେ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ ।

Leave A Reply

Your email address will not be published.

error: Content is protected !!