csstore

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ସରସ୍ୱତୀ ପୂଜା ପାଳିତ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତ ଅଧିନ ଦହମୁଣ୍ଡାସ୍ଥିତ ଯୁକ୍ତ ଦୁଇ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ମାଆ ସରସ୍ୱତୀ ଦେବୀଙ୍କ ପୂଜା ପାଳିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର, ଶିକ୍ଷକ ସତ୍ୟବ୍ରତ ଦାସ ଅଧିକାରୀ, ଜୟଦେବ ଦାସ ପ୍ରମୁଖ ଯୋଗଦେଇ ସରସ୍ୱତୀ ଦେବୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ଛାତ୍ରୀମାନଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥିଲେ । ଶିକ୍ଷାକେନ୍ଦ୍ର ତରଫରୁ ସଂସ୍କୃତ ଅଧ୍ୟାପକ ପଣ୍ଡିତ ଗଜାନନ ମହାପାତ୍ର ମାଆ ସରସ୍ୱତୀଙ୍କୁ ମନ୍ତ୍ରପାଠ ସହ ପୂଜାର୍ଚ୍ଚନା କରିଥିଲେ । ଶିକ୍ଷାକେନ୍ଦ୍ରର ଦ୍ୱିତୀୟ ବର୍ଷର ଛାତ୍ରୀ କ୍ରୀଷ୍ଣା ଦେ, ମାନସୀ ଗିରି, ସାଗରିକା ଭୂୟାଁ, ସୁନୟନା ଦାସ, ସୁପ୍ରିୟା ଦାସ, ଜସ୍ମିତା ପାତ୍ର, ଲିପି ମାହାନା, କସ୍ତୁରୀ ମିଶ୍ର, ଉର୍ମିଳା ଦେ, ତୁଳସୀ ଗିରି, ଅନନ୍ୟା ଦାସ, ଅଙ୍କିତା ସାହୁ, ଚିନ୍ମୟୀ ଗିରି, ଶୁଭଶ୍ରୀ ମଣ୍ଡଳ, ମମତା ନନ୍ଦୀ, ଶ୍ରଦ୍ଧାଞ୍ଜଳି ଦେ, ପ୍ରିୟଙ୍କା ପାଳ, ବର୍ଷାରାଣୀ ବେହେରା, ପ୍ରିୟଦର୍ଶନୀ ଗିରି, ଅନନ୍ୟା ଦେ, ତାନିଆ ମହାନ୍ତି ପ୍ରମୁଖ ମାଆ ସରସ୍ୱତୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ପରୀକ୍ଷାରେ ଭଲ ସଫଳତା ନିମନ୍ତେ ପ୍ରାର୍ଥନା କରିଥିଲେ । ଏଥିରେ ପ୍ରଥମ ବର୍ଷର ଛାତ୍ରୀ କାବେରୀ ସେଠୀ, ଶକୁନ୍ତଳା ସେଠୀ, ପ୍ରତିମା ସିଂ, ମମତା ସାହୁ, ପୂଜାରାଣୀ ପ୍ରଧାନ, ଝରଣା ରଣା, ଆଦ୍ୟାସ୍ମିତା ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.