pakka

ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ ପ୍ରାର୍ଥୀ : ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସୁନାରିସିକୁଆଁ ଗାଁରେ ରାଜନୈତିକ ହିଂସାର ଅଭିଯୋଗ ହୋଇଛି । ସୁନାରିସିକୁଆଁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରୂପେ ଚୁଳମଣି ବୈଠାରୁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ତାଙ୍କୁ ଗତକାଲି ପ୍ରଥମେ ଅପହରଣ କରାଯାଇଥିଲା । ଗତକାଲି ସେ ଘରକୁ ନ ଫେରିବାରୁ ଚୁଳମଣିଙ୍କୁ ଘର ଲୋକେ ଖୋଜିଖୋଜି କରିବା ପରେ ନପାଇ ନିରାଶ ହୋଇଥିଲେ । ଆଜି ସକାଳୁ ତାଙ୍କୁ ହାତଗୋଡ଼ ବନ୍ଧା ଅବସ୍ଥାରେ କିଛି ଗାଇ ଚରାଳି ଦେଖିଥିବାକୁ ପାଇଥିଲେ । ତାଙ୍କ ପରିବାର ବର୍ଗ ଓ ଗ୍ରାମବାସୀମାନେ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଗୁରୁତର ଆହତ ସରପଞ୍ଚ ପ୍ରାର୍ଥୀ କଥା ହୋଇ ପାରୁନଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଚୁଳମଣିଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଏଣେ ଆହତଙ୍କ ପରିବାର ଲୋକେ ତାଙ୍କ ବିରୋଧୀ ପ୍ରାର୍ଥୀମାନେ ଏହି ଘଟଣା ଭିଆଇଥିବା ସନ୍ଦେହ କରୁଛନ୍ତି । ଘରଠାରୁ ପ୍ରାୟ ୧ କିମି ଦୂର ରାସ୍ତାକଡ଼ରୁ ମୁମୁର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି ।

jay balangir
Leave A Reply

Your email address will not be published.

fifteen + 18 =