csstore

ପୂର୍ବ ସରପଞ୍ଚ ସଦାନନ୍ଦ ସିଂ ନିନାଙ୍କ ପତ୍ନୀ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ବନ୍ଧପଡ଼ା ଗାଁର ଗୌନ୍ତିଆ ତଥା ଏହି ଅଞ୍ଚଳର ଅତି ଜଣାଶୁଣା ଲୋକ ତଥା ଅବିଭକ୍ତ ବନ୍ଧପଡ଼ା ପଞ୍ଚାୟତରେ ଲଗାତର ଭାବେ ୩ଥର ସରପଞ୍ଚ ଥିବା ସଦାନନ୍ଦ ସିଂନନାଙ୍କ ପତ୍ନୀ ନଳିନୀ ସିଂନିନା(୮୦)ଙ୍କ ଗୁରୁବାର ଅପରାହ୍ନରେ ବଲାଙ୍ଗିର ଭୀମ ଭୋଇ ସରକାରୀ ଡାକ୍ତରଖାନାରେ ପ୍ରାୟ ୪ଟା ସମୟରେ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ସମୟରେ ସ୍ୱାମୀ ସଦାନନ୍ଦ ସହ ଏକମାତ୍ର ପୁଅ ଗୋପାଳ ସିଂନିନା ଝିଅ ନିନା ସିଂ, କଳ୍ପନା ସିଂ, ମଞ୍ଚୁଳତା ସିଂ, ଲିଲିମା ସିଂ ସହ ଜ୍ୱାଇଁ ନାତି ନାତୁଣୀ ଉପସ୍ଥିତ ଥିଲେ ସଦାନନ୍ଦ ସିନିନାଙ୍କ ପତ୍ନୀ ବିୟୋଗ ଖବର ପ୍ରଚାରିତ ହେବା ପରେ ବନ୍ଧପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗୁରୁବାର ରାତିରେ ସୋନଗଡ଼ ନଦୀରେ ଶେଷ କୃତ୍ୟ କରାଯାଇଥିଲା । ଏକମାତ୍ର ପୁଅ ଗୋପାଳ ସିଂନିନା ମୁଖାଗ୍ନୀ ଦେଇଥିଲେ ।

jayashree
Leave A Reply

Your email address will not be published.