ଯୁବ ସରପଞ୍ଚ ପ୍ରଦୀପ ବେହାର ଆସିବା ଦିନଠୁ ବାଗଦୋର ପଞ୍ଚାୟତରେ ବିକାଶ ହିଁ ବିକାଶ

ବେଲପଡା, (ଭେଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ଅନ୍ତର୍ଗତ ବାଗଦୋର ଗ୍ରାମ ପଞ୍ଚାୟତରେ ଯେଉଁ ଦିନଠାରୁ ପ୍ରଦୀପ ବେହେରା ସରପଞ୍ଚ ହେଲେ ସେହିଦିନଠାରୁ ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ପିଡ଼ିଏସ୍‌ ଚାଉଳ ବଣ୍ଟନ କରିବା ସହ ଗ୍ରାମମାନଙ୍କରେ ଅନେକ ଉନ୍ନତିମୂଳକ କାମ ହୋଇଛି । ଅନେକ ସମୟରେ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସେବା କରିବା ହିଁ ସରପଞ୍ଚ ପ୍ରଦୀପ କୁମାର ବେହେରାଙ୍କ କାମ । ସେଥିପାଇଁ ସମସ୍ତଙ୍କ ହୃଦୟରେ ଘର କରିଛନ୍ତି ସରପଞ୍ଚ ଶ୍ରୀ ବେହେରା । ସେ ସରପଞ୍ଚ ହେବା ପରେ ନିଜ ଜୀବନକୁ ଲୋକଙ୍କ ସେବାରେ ଉତ୍ସର୍ଗ କରିଦେଇଛନ୍ତି । ଯେ କୌଣସି ଲୋକ ଯେଉଁ ସମୟରେ ଅସୁବିଧା ଜଣାଇଲେ ତୁରନ୍ତ ତାଙ୍କ ପାଖରେ ପହଞ୍ଚି ସବୁ ପ୍ରକାର ସାହାଯ୍ୟ କରିଥାନ୍ତି । ଡାକ୍ତରଖାନା, ଚାଉଳ କାର୍ଡ, ବୃଦ୍ଧବୃଦ୍ଧାମାନଙ୍କର ଭତ୍ତା ଟଙ୍କା ଏପରିକି ଯେ କୌଣସି ଅସୁବିଧା ସମୟରେ ହେଉ ସେ ଉପସ୍ଥିତ ରହି ସମସ୍ତ ପ୍ରକାର ସାହାଯ୍ୟ କରି ଲୋକଙ୍କ ମନ ଜିଣି ପାରିଛନ୍ତି ।

Leave A Reply

Your email address will not be published.