om academy

ଓଡ଼ିଶାରେ ହେବ ସୁଦୃଢ଼ ବିଜେଡ଼ି ସରକାର

jsm

ଭୁବନେଶ୍ୱର : ଭୋଟ୍‌ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବେନଶ୍ୱର ଏରୋଡ୍ରମ୍‌ କଲୋନୀସ୍ଥିତ ୟୁପି ସ୍କୁଲ୍‌ ବୁଥ୍‌ରେ ପହଂଚି ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମତଦାନ କରିବା ପରେ ନିଜ ପ୍ରତିକ୍ରିୟାରେ ଗଣତନ୍ତ୍ରର ମହାନ୍‌ ପର୍ବରେ ସାମିଲ୍‌ ହୋଇ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ସେ ସମସ୍ତଙ୍କ ସହ ଯୁବ ଭୋଟର୍‌ମାନଙ୍କୁ ଆହ୍ୱାନ କରିଛନ୍ତି । ଏଥିସହିତ ସେ କହିଛନ୍ତି ଯେ, ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକସଭା ଆସନଗୁଡ଼ିକରେ ବିଜେଡ଼ି ବିପୁଳ ଭୋଟ୍‌ରେ ବିଜୟୀ ହେବ । ପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡ଼ି ଆଗାମୀ ଦିନରେ ଏକ ସୁଦୃଢ଼ ସରକାର ଗଠନ କରିବାରେ ସଖ୍ୟମ ହେବ ବୋଲ ସେ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.