om academy

ବଞ୍ଚିବାର ରାହା ଦେଇଛି ତାଳ ସଜ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଳ ସଜ ଯିଏ ଖାଇଛି ସିଏ ହିଁ ଜାଣିଛି ଏହାର ମଜା । ପାଟିକୁ ଯେମିତି ସୁଆଦିଆ ଲାଗେ ଦେଖିବା ପାଇଁ ମଧ୍ୟ ସେତିକି ଲୋଭନୀୟ ଲାଗେ । ଖରାଦିନେ ମିଳୁଥିବା ବିଭିନ୍ନ ପ୍ରକାର ଫଳ ମଧ୍ୟରୁ ତାଳ ସଜକୁ ଅଧିକାଂଶ ଲୋକେ ଖାଇବାକୁ ପଂସଦ କରିଥାନ୍ତି । ତାଳୁଫଟା ଖରାରେ ତାଳ ସଜ ଟିକିଏ ପେଟରେ ପଡ଼ିଗଲେ ୱା ସତରେ ବହୁତ ଶାନ୍ତି ଲାଗିଥାଏ । ତାଳ ସଜ ଛୋଟ ଛୁଆଠୁ ନେଇକି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ହୋଇଥିବା ବେଳେ ଏହା କିଛି ଲୋକଙ୍କର ପରିବାର ପ୍ରତିପୋଷଣ କରିବା ପାଇଁ ଆଜି ସହାୟକ ମଧ୍ୟ ହୋଇଛି । ଆଉ ଏହି ତାଳ ସଜକୁ ବିକ୍ରି କରୁଛନ୍ତି ବଲାଙ୍ଗିର ସଦର ବ୍ଲକ ତଥା ସମ୍ବଲପୁର ରାସ୍ତାରେ ଥିବା ତେଣ୍ଡାପଦର ଗ୍ରାମର ଜଣେ ଯୁବକ । ସେ ପୂର୍ବରୁ କୌଣସି କାମ ନପାଇ ଘରେ ବସିକି ରହୁଥିବା ବେଳେ ଏହି ଖରା ଦିନ ହେବା ଠୁ ତାଳ ସଜକୁ ବିକ୍ରି କରି ଦିନକୁ ଦୁଇ ହଜାର ଟଙ୍କା ୋଜଗାର କରି ନିଜର ପରିବାର ଚଳାଉଛନ୍ତି । ଆଉ ଦାଦନ ଯାଉଥିବା ଯୁବକମାନଙ୍କ ପାଇଁ ସେ ଉଦାହରଣ ମଧ୍ୟ ସାଜିଛନ୍ତି । ଏହି ତାଳ ସଜ ମୁଖ୍ୟତଃ ଗାଁ ଗହଳିରେ ମିଳୁଥିବା ବେଳେ ଏବେ କିନ୍ତୁ ଏହା ସହରର ମୁହାଁ ହୋଇ ରାସ୍ତା କଡ଼ରେ ମଧ୍ୟ ମିଳୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.