om academy

ବିଶ୍ୱ ସମ୍ବାଦ କେନ୍ଦ୍ରର ମହର୍ଷି ନାରଦ ଜୟନ୍ତୀ ପାଳନ : ୨୦୨୪

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡ଼ିଶା ପଶ୍ଚିମ ତରଫରୁ ସ୍ଥାନୀୟ ସେକ୍ଟର -୫ ସ୍ଥିତ ଆଦର୍ଶ ପାଠାଗାରର ଆଦର୍ଶ ସାହିତ୍ୟ ଘର ଠାରେ ରାଉରକେଲା ସଂଯୋଜକ ରାଜକୁମାର ନାଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମହାନଗର ସଂଘଚାଳକ ପ୍ରଭାତ ସାହୁଙ୍କ ସଭାପତିତ୍ୱରେ ମହର୍ଷି ନାରଦ ଜୟନ୍ତୀ : ୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଉରକେଲା ସାମ୍ବାଦିକ ସଂଘର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି, ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସଭାପତି ଶ୍ରୀ ସାହୁ ମହର୍ଷି ନାରଦ ଜୟନ୍ତୀର ମହତ୍ତ୍ଵ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଡ. ପ୍ରଧାନ ଭକ୍ତି, ସଂଗୀତ ଓ ସମ୍ବାଦର ପ୍ରଥମ ସଂବାହକ ମହର୍ଷି ନାରଦ ଚରିତ୍ରର ଆଧୁନିକ ସମାଜରେ ଉପାଦେୟତା ସମ୍ପର୍କରେ ମତ ରଖିଥିଲେ । ମହର୍ଷି ନାରଦ କେବଳ ସ୍ୱର୍ଗ-ମର୍ତ୍ତ୍ୟ-ପାତାଳ ପାଇଁ ସଂପର୍କର ସୂତ୍ରଧର ନୁହନ୍ତି ସେ ମହର୍ଷି ବାଲ୍ମିକୀ, ମହର୍ଷି ବେଦବ୍ୟାସ ଓ ଆଜନ୍ମ ବ୍ରହ୍ମଜ୍ଞାନୀ ଶୁକମୁନି ତଥା ଭକ୍ତ ଶ୍ରେଷ୍ଠ ଧ୍ରୁବ, ପ୍ରହ୍ଲାଦ ପ୍ରଭୃତିଙ୍କ ଗୁରୁ ଥିଲେ । ସାଂପ୍ରତିକ ଯୁଗରେ ମଧ୍ୟ ଜୀବନ ପାଇଁ ସତ୍ୟ-ସଂଗୀତ ଓ ଭକ୍ତିର ଆବଶ୍ୟକତା ମହର୍ଷି ନାରଦଙ୍କୁ କାଳଜୟୀ ଅମରତ୍ୱ ପ୍ରଦାନ କରିଥାଏ ବୋଲି ମତପ୍ରକାଶ କରିବା ସହ ସାମ୍ବାଦିକତାକୁ ରାଷ୍ଟ୍ରୀୟ କର୍ତ୍ତବ୍ୟ ଭାବେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ତଥା ମୁଖ୍ୟ ଅତିଥି ଶ୍ରୀ ରାଉତ ଦୀର୍ଘ ବର୍ଷର ସାମ୍ବାଦିକ ବୃତ୍ତିର ଅଭିଜ୍ଞତା ସହ ନାରଦର ବ୍ୟାଖନ କରି କହିଲେ ଯେ, ଅଜ୍ଞାନତା କୁ ବିନାସ କରିବା ଅର୍ଥ ନାରଦ । ସେହିପରି ଯିଏ ସର୍ବଦା ତର୍ପଣ ମାଧ୍ୟମରେ ପିତୃପୁରୁଷଙ୍କୁ ଜଳ ଯୋଗାଇଥାଏ, ସେ ହେଲେ ନାରଦ । ସେ ନାରଦଙ୍କୁ ସତ୍ୟର ପ୍ରତୀକ ସହ ଜଣେ ଜନକଲ୍ୟାଣ କାରୀ ସାମ୍ବାଦିକ ଭାବେ ଅବହିତ କରିଥିଲେ । ଏହି ଅବସରରେ ଶ୍ରୀ ରାଉତ ନାରଦ ସମ୍ପର୍କୀତ ଏକ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସଂଗୀତ ଆଚାର୍ଯ୍ୟ ଶ୍ୟାମସୁନ୍ଦର ସେଠୀ ଗାନ କରିଥିଲାବେଳେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ମନୋଜ ଚୌଧୁରୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ହେମନ୍ତ ସାମଲ । ଏହି ଉତ୍ସବରେ ରାଉରକେଲାର ସମସ୍ତ ସକ୍ରିୟ ବୈଦ୍ୟୁତିକ ଏବଂ ପ୍ରିଣ୍ଟ ମିଡିଆର ସାମ୍ବାଦିକ ତଥା ସହରର ସାହିତ୍ୟିକ, ସାମାଜିକ, ସାଂସ୍କୃତିକ ସଂଗଠନର ଶତାଧିକ ବିଶିଷ୍ଟ ବ୍ୟକ୍ତିତ୍ୱ ଉପସ୍ଥିତ ରହିଥିଲେ । ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଲଖନ ଲୋହାର, ଗଗନ ସ୍ୱାଇଁ, ଅର୍ଣ୍ଣବ ଚୌଧୁରୀ, ମଙ୍ଗଳ ମହାତ, ବିଭୂତି ଭୂଷଣ ବେହେରା, ସମୀର ରାଉତ, ଜୟନ୍ତ ଜେନା, ଶୁଭ କାନ୍ତ ଭୁଜବଳ, ମୃତ୍ୟୁଞ୍ଜୟ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.