pakka

ବିଭିନ୍ନ ସ୍ଥାନରେରେ ସାର ଗୋଦାମ ଉପରେ ଚଢ଼ାଉ

bbehera

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଅଞ୍ଚଳରେ ସାର କଳାବଜାରୀ ଅଭିଯୋଗ ପାଇବା ପରେ ପ୍ରଶାସନ ତତ୍ପର ହୋଇଛି । ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନେତୃତ୍ୱରେ ଟିଟିଲାଗଡ ବ୍ଳକର ଚୋରମରା, ପିପଲଦୁନି ଓ ବିଜେପୁର ଅଞ୍ଚଳର ବିଭିନ୍ନ ପଂଜିକୃତ ସାର ବିକ୍ରେତାଙ୍କ ଗୋଦାମ, ଦୋକାନ ଆଦି ଉପରେ ଚଢାଉ କରି ୩୯ ବସ୍ତା ସାର ଜବତ ସହ ତିନୋଟି ଗୋଦାମ ସିଲ୍ କରିଥିବା ଜଣାପଡିଛି । ଚଢାଉ ବେଳେ କେଉଁଠି ଷ୍ଟକ ଖାତା ସହ ଗୋଦାମ ଷ୍ଟକ ମେଳ ଖାଉ ନଥିଲା ତ ଆଉ କେଉଁଠି କାଗଜପତ୍ରରେ ହିଁ ଷ୍ଟକ ଥିବା ପ୍ରଶାସନ ଜାଣିବାକୁ ପାଇଛି ।ତେବେ ଏହି ସିଲ୍ ଗୋଦାମ ଗୁଡିକର କାଗଜାତ୍ ଯାଞ୍ଚ ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

9 − six =