csstore

ଧର୍ମ ପରାୟଣ ପୁରୁଷଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଅନ୍ତର୍ଗତ ଗୁଡଖାପଲା ଗ୍ରାମର ଜଗନ୍ନାଥ ମନ୍ଦିର ପୂଜକ ତଥା ଜଣେ ଧର୍ମାତ୍ମା ପୁରୁଷ ଦାମ୍ବୋଦର ଦାଶଙ୍କ ଦେହାନ୍ତ ଗତ ୫ ତାରିଖ ସକାଳ ୯ଘ.୧୫ମି. ସମୟରେ ଗୁଡଖାପଲା ବାସ ଭବନରେ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କର ଜ୍ୟୈଷ୍ଠ ପୁତ୍ର ସାଧୁରାମ ଦାଶ, ପୁତ୍ରବଧୂ ଶୋଭାଗିନୀ ଦାଶ, କନିଷ୍ଠ ପୁତ୍ର ରାଜେନ୍ଦ୍ର କୁମାର ଦାଶ, ପୁତ୍ରବଧୂ ସୁକେଶିନୀ ଦାଶ, ଝିଅ ବିନ୍ଦେଶ୍ୱରୀ, ଜ୍ୱାଇଁ ବୀରେନ୍ଦ୍ର ଷଡଙ୍ଗୀ ତଥା ପୁତୁରା ବୋହୁ ଆହ୍ଲାଦିନୀ, ପାର୍ବତୀ, ପୁଷ୍ପାଞ୍ଜଳି, ନାତୁଣୀ ରେଣୁକା, ନାତୁଣୀ ବୋହୂ ମାମି, ଜୀବନୀ, କୁନି, ଟିଙ୍କି ଉପସ୍ଥିତ ଥିଲେ । ଗ୍ରାମ ମଶାଣୀରେ ଅନ୍ତ୍ୟେଷ୍ଠି କ୍ରିୟା ଅନୁଷ୍ଠିତ ହୋଇଥିଲା । ଜ୍ୟୈଷ୍ଠ ପୁତ୍ର ସାଧୁରାମ ଦାଶ ମୁଖାଗ୍ନି ଦେଇଥିଲେ । ଶବାଧାରରେ ପୁତୁରା ଖୁସିରାମ ଦାଶ, ଯୁଗଳ କିଶୋର ଦାଶ, ହେମନ୍ତ କୁମାର ଦାଶ, ନାତି ମହେନ୍ଦ୍ର, ସୁରେନ୍ଦ୍ର, ସୁଶାନ୍ତ, ପିଙ୍କୁ, ସୋନୁ, କୁନମୁନ୍, ମୁନମୁନ୍, ନରେନ୍ଦ୍ର, ସର୍ଜନ ପୂଜକ ହରିହର ପୁରୋହିତ, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ସାମିଲ ଥିଲେ । ଜଣେ ମନ୍ଦିର ପୂଜକ ତଥା ଧର୍ମାତ୍ମା ପୁରୁଷ ହୋଇଥିବାରୁ ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ।

jayashree
Leave A Reply

Your email address will not be published.