pakka

ରୁଗୁଡ଼ିପଡ଼ା ନବଦିନାତ୍ମକ ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରୁଗୁଡ଼ିପଡ଼ା ନବଦିନାତ୍ମକ ଦୁର୍ଗାପୂଜା ପାଇଁ ବୁଧବାର ଭୋର ସକାଳ ୫ଟାରେ ସ୍ଥାନୀୟ ମଣ୍ଡପଠାରୁ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟ ମାନେ ଏକ ଶୋଭାଯାତ୍ରାରେ ବାହାରି ମହାରାଣୀ ସାଗର ଠାରେ ପୂଜାର୍ଚ୍ଚନା ପରେ ପୂର୍ଣ୍ଣ କଳସ ଦୁର୍ଗାମଣ୍ଡପକୁ ଅଣାଯାଇଥିଲା । ୫ ତାରିଖ ସନ୍ଧ୍ୟାରେ ବିଳ୍ୱବରଣ ଅନୁଷ୍ଠିତ ହୋଇଥିଲା । ସୂଚନା ଅନୁସାରେ ବୁଧବାର ମା’ଙ୍କ ଶୈଳପୁତ୍ରୀ ପୂଜା ଅନୁଷ୍ଠିତ ହୋଇଛି । ସେହିପରି ଗୁରୁବାର ବ୍ରହ୍ମଚାରିଣୀ, ଶୁକ୍ରବାର ଦିନ ଚନ୍ଦ୍ରଘଂଟା, ଶନିବାର କୁଷ୍ମାଣ୍ଡା, ରବିବାର ସ୍କନ୍ଦମାତା, ସୋମବାର କାତ୍ୟାୟନୀ, ମଙ୍ଗଳବାର ସପ୍ତମୀ ତିଥିରେ କାଳରାତ୍ରି (ଭାଇଜିଇଁନ୍ତିଆ ପର୍ବ), ବୁଧବାର ମହାଷ୍ଟମୀ ଅବସରରେ ମହାଗୌରୀ ପୂଜା ସହ ସନ୍ଧିପୂଜା ଅନୁଷ୍ଠିତ ହେବ । ଗୁରୁବାର ମହାନବମୀରେ ମା’ ସିଦ୍ଧିଦାତ୍ରୀ ବେଶରେ ପୂଜା ପାଇବେ । ଶୁକ୍ରବାର ବିଜୟାଦଶମୀ ପୂଜା ଅନୁଷ୍ଠିତ ହେବ । ଚଳିତ ବର୍ଷ ରୁଗୁଡ଼ିପଡ଼ା ନବରାତ୍ର ଦୁର୍ଗାପୂଜାରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି । ପୂଜା କାର୍ଯ୍ୟରେ ମୁଖ୍ୟ ପୁଜକ ମେଘନାଥ ପାଣିଗ୍ରାହି, ନିରଞ୍ଜନ ମହାପାତ୍ର, ହିମାଶୁଂ ପାଢ଼ୀ, ସତ୍ୟନାରାୟଣ ପଣ୍ଡା, ସନ୍ତୋଷ ପଣ୍ଡା, ଲକ୍ଷ୍ମୀ ମହାରଣା, ଭାଗରଥି ମହାକୁର ଓ ସ୍ୱସ୍ତିିକ ସାହୁ ପ୍ରମୁଖ ସହଯୋଗ କରିଥିଲେ । କର୍ତ୍ତା ଭାବରେ ପ୍ରଦ୍ୟୁମ୍ନ ପୁରୋହିତ ଓ ତାଙ୍କ ଧର୍ମପତ୍ନୀ ଶୈଳସୁତା ପୁରୋହିତ ଦାୟୀତ୍ୱ ତୁଲାଇଥିଲେ । ଶୋଭାଯାତ୍ରାରେ ପୂଜା କମିଟି ସଭାପତି ଚେତନାନନ୍ଦ ପଣ୍ଡା (ଚିଣ୍ଟୁ), ଉପସଭାପତି ପ୍ରଦୀପ ପଟ୍ଟନାୟକ, ସହ ସମ୍ପାଦକ କାହ୍ନୁ ବଗର୍ତ୍ତୀ, ଟିଙ୍କୁ ବାଗ, କୋଷାଧ୍ୟକ୍ଷ ଦେବାଶିଷ ମହାକୁର, କାର୍ଯ୍ୟକାରୀ ସଦସ୍ୟ ଅରୁଣ ନାଏକ, ଶିବାନନ୍ଦ ବାଗ, ବିଷ୍ଣୁଦତ୍ତ ହୋତା, ତେଜରାଜ ସିଂ, ଶ୍ରୀକାନ୍ତ ରାଉତ, ଟୁନା ବାଙ୍କ, ଜୀବନ ବାଙ୍କ, ବାଜୁ ଦାସ,ଜଳନ୍ଧର ବନଛୋର, ପ୍ରଦୀପ ନାଏକ, ଆନନ୍ଦ ସାହୁ, ସଙ୍କେତ ବଗର୍ତ୍ତି, ହୃଷି ପଟ୍ଟନାୟକ, ଅଜୟ ରଥ, ପଞ୍ଚାନନ ଗଉଡ, ରାଜେଶ ଘିବେଲା, ଗୋପିନାଥ ଚନ୍ଦନ, ଜୟକିଷନ ପଟ୍ଟନାୟକ, ଜଗବନ୍ଧୁ ନାୟକ, ତାପସ ମହାନ୍ତି, ଗୋପାଳ ବହିଦାର, ଦୀପକ ନାୟକ, ବିଶ୍ୱ ରଞ୍ଜନ ସିଂ, ହିମାଂଶୁ ନାୟକ, ପ୍ରଶାନ୍ତ ସାହାଣୀ, ମନୋଜ ଚିନ୍ଦା, ଅଭିମନ୍ୟୁ ବଗର୍ତ୍ତି , ଚରଣଜିତ ସାହାଣୀ, ଦୂର୍ଯ୍ୟୋଧନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

12 + three =