ସାପମୁଣ୍ଡ ପିଆର୍‌ଏଫ୍‌ ଠାରୁ କଞ୍ଚା ମାଂସ ଏବଂ ୱାଇଲ୍ଡ ଘୁଷୁରୀର ଚମଡା ଜବତ ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସାପମୁଣ୍ଡ ପିଆର୍‌ଏଫ୍‌ ଠାରେ ବନ ବିଭାଗ ଚଢାଉ କରି କଞ୍ଚା ମାଂସ ଏବଂ ୱାଇଲ୍ଡ ଘୁଷୁରୀର ଚମଡା ଜବତ କରିଥିବା ନେଇ ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ହରିଶଙ୍କର-ସାପମୁଣ୍ଡ ଜଙ୍ଗଲ ରାସ୍ତାରେ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ବେଳେ ସାପମୁଣ୍ଡ ପିଆର୍‌ଏଫ୍‌ ଠାରେ ଚଢାଉ କରାଯାଇ ୨୦ କିଲୋଗ୍ରାମ ତାଜା କଞ୍ଚା ମାଂସ ଏବଂ ୱାଇଲ୍ଡ ଘୁଷୁରୀ (ସୁସ୍ ସ୍କ୍ରୋଫା)ର ୨ ଖଣ୍ଡ ଚମଡା ଜବତ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ଭୁବ ମାଝୀ ଓ ଅଶୋକ ମାଝୀ । ଏମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଡିଏଫଓ ନିତିଶ କୁମାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

2 × 3 =