jayashree

୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହ ଉଷୁ ପ୍ରତିଯୋଗିତାରେ ବଲାଙ୍ଗିରର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହ ଉଷୁ ପ୍ରତିଯୋଗିତା ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧୦ରୁ ୧୨ ତାରିଖ କେନ୍ଦୁଝର ବଡବିଲ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର ଉଷୁ ଦଳ ଚମତ୍କାର ପ୍ରଦର୍ଶନ କରିଛନ୍ତି । ହିମାନି ହୋତା ବ୍ରୋଞ୍ଜ ପଦକ, ପ୍ରତିମା ପଟେଲ ବ୍ରୋଞ୍ଜ ପଦକ, ଦିୟା ସାଗର ସ୍ୱର୍ଣ୍ଣ ପଦକ, ମୋହିତ ରୋହିଦାସ ସ୍ୱର୍ଣ୍ଣ ପଦକ, ଅଜୟ ଭୋଇ ବ୍ରୋଞ୍ଜ ପଦକ, ସୁନିଲ କୁମାର ସାହୁ ବ୍ରୋଞ୍ଜ ପଦକ, ୟଶରାଜ ପ୍ରଧାନ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦଳ ସହିତ ପିଇଟି ସୋ÷÷ରଭ ପଧାନ, ସତ୍ୟପ୍ରିୟ ନାଗ ଓ ସହଯୋଗୀ କୋଚ ଭାବରେ ଆଲୋକ ନାଏକ ଯାଇଥିଲେ ବୋଲି ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି । ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ପାତ୍ର ଶୁଭେଚ୍ଛା ଜଣାଇଛନ୍ତ ।

Leave A Reply

Your email address will not be published.