ଖପ୍ରାଖୋଲ ବନ ବିଭାଗକୁ ବଡ ସଫଳତା : ଲକ୍ଷାଧିକ ଟଙ୍କାର ଶାଗୁଆନ ଗଣ୍ଡି ସହ ପିକଅପ ଭେନ ଜବତ, ଡ୍ରାଇଭର ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଞ୍ଜ ଅଞ୍ଚଳରେ ଚାଲିଛି କାଠ ମାଫିଆଙ୍କ ଆତଙ୍କ ରାଜ । ବେଇଆଇନ ବେଧଡକ ଭାବେ କାଠ ମାଫିଆମାନେ ବହୁ ମୂଲ୍ୟବାନ ଗଛ କାଟି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି । ଅନ୍ତଃରାଜ୍ୟ କାଠ ମାଫିଆମାନଙ୍କ ସହ ମିଶି କେତେକ ଲୋକାଲ କାଠ ମାଫିଆ ଜଙ୍ଗଳକୁ ସଫା କରିବାକୁ ବସିଲେଣି । ଏହା ଛଡା ବନ୍ୟଜନ୍ତୁ ଶିକାର କରି ଦାନ୍ତ, ଚମଡା, ମାଂସ ମଧ୍ୟ ଏହି ଅନ୍ତରାଜ୍ୟ ଲୁଟେରାମାନେ ଚାଲାଣ କରୁଥିବାର ଅନେକ ସମୟରେ ଜାଣିବାକୁ ମିଳିଛି । ସେହିପରି ହରିଶଙ୍କର ବନ ବିଭାଗ ଗୁରୁବାର ସନ୍ଧ୍ୟାରେ ଚଢାଉ କରି ବେଆଇନ୍ ଶାଗୁଆନ କାଠ ବୋଝେଇ ଗାଡି ଜବତ କରିଥିବା ବେଳେ ଗାଡି ଡ୍ରାଇଭରଙ୍କୁ ଗିରଫ କରିଥିବା ବନବିଭାଗ ସୂଚନା ଦେଇଛି । ସୂଚନା ଅନୁସାରେ ବେଆଇନ୍ କାଠ ଚାଲାଣ ହେଉଥିବା ଖବର ପାଇ ହରିଶଙ୍କର ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକଙ୍କ ନେତୃତ୍ୱରେ ଧଣ୍ଡାମୁଣ୍ଡା କଁଟାପାଲି ରାସ୍ତାରେ ଚଢ଼ାଉ କରି ଏକ ବୋଲେରୋ ପିକଅପ୍ ଗାଡି (ସିଜି ୦୬ଜିଇ ୦୮୦୧) ସହ ୧୪ଟି ଶାଗୁଆନ କାଠ ଗଣ୍ଡି ଜବତ କରିଥିବ ବେଳେ ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷ ହେବ ବୋଲି ବନ ବିଭାଗ ସୂଚନା ଦେଇଛି । ବେଆଇନ୍ ଚାଲାଣ ଅଭିଯୋଗରେ ଗାଡି ଡ୍ରାଇଭର ଦେଓଗାଁ ଥାନା ପିପଳପଦର୍ ଗାଁର ମନୋହର ନନ୍ଦ (୩୧)ଙ୍କୁ ଗିରଫ କରି ଥିବା ଜଣାଯାଇଛି । ସୂଚନା ଅନୁସାରେ କାଠଟି ବୁଢିବାହାଲ ଗାଁରୁ ଚାଲାଣ ହେଉଥିବ ବନାଞ୍ଚଳ ଅଧିକାରୀ କହିଛନ୍ତି । ଏନେଇ ହରିଶଙ୍କର ରେଞ୍ଜ କେସ ନମ୍ବର ୩୨୪/୨୩-୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଜଣାଯାଇଛି । ଚଢ଼ାଉରେ ବନପାଳ ସୁଧୀର କୁମାର ଜେନା, ରଞ୍ଜିତ କୁମ୍ଭାର, ବନରକ୍ଷୀ ରାଜେନ୍ଦ୍ର ଧରୁଆ, ରେଜେସ ଭୋଇ, ଭକ୍ତ ଗଡତ୍ୟାଙ୍କ ସମେତ ବନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seventeen − eight =