ତାଳଚେର ପୋଲିସକୁ ସଫଳତା

ତାଳଚେର : ତାଳଚେର ପୋଲିସ୍ ଆଜି ୪ ଜଣଙ୍କୁ ଗିରଫ କରିବା ସହିତ ରେମୁଆଁରୁ ଚୋରି ହୋଇଥିବା ସୁନାହାର, କାନଫୁଲ ଏବଂ ୪ ହଜାର ଟଙ୍କା ଜବତ କରିଛି । ପ୍ରକାଶ ଥାଉକି ଗତ ୧୭ ଜୁନରେ ରେମୁଆଁ ନୁଆ ସାହିର ସବିତା ସେନାପତି(୨୭) ଓ ତାଙ୍କ ସ୍ୱାମୀ ତୁଷାରକାନ୍ତ ସେନାପତି ଘର ତାଲା ପକାଇ କୋଭିଡ୍ ଟୀକା ନେବା ପାଇଁ ଅନୁଗୁଳ ସରକାରୀ ଡାକ୍ତରଖାନାକୁ ଯାଇଥିଲେ । ପ୍ରାୟ ୧ଟା ବେଳକୁ ଘରେ ପହଚିଂ ଦେଖିଲେ ଯେ, ଘର ତାଲା ଭଙ୍ଗା ହୋଇଛି ଓ ଘରେ ଥିବା ସୁନାହାର, କାନଫୁଲ ଏବଂ ୪ ହଜାର ଟଙ୍କା ନାହିଁ । ଏହାପରେ ସବିତା ସେନାପତି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଓ ଥାନା ଅଧିକାରୀ ତାଳଚେର ଥାନା କେସ ନଂ୨୪୧/୨୦୨୧ ଦଫା-୪୫୪/୩୮୦ ଆଇପିସରେ ରୁଜୁ କରି ପୁଙ୍ଖାନୁପୁଙ୍ଖ ଭାଗେ ତଦନ୍ତ କରି ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲେ । ଗତକାଲି ରାତ୍ର ସମୟରେ ଆଇଆଇସି ସତ୍ୟବ୍ରତ ରାଉତ ଓ ସ୍ପେଶାଲ ସ୍କ୍ୱାଡ ମନୋହର ପାତ୍ର ତଥା ଥାନା ଷ୍ଟାପ୍‌ଙ୍କୁ ନେଇ ରେମୁଆଁ ତଥା ଆଖପାଖ ଅଂଚଳରେ ଚଢ଼ାଉ କରିଥିଲେ । ଚଢ଼ାଉରେ ଚୋରମାନେ ରେମୁଆଁ ନୁଆସାହିର ସିପୁନ୍ ଓରଫ ଲୋକନାଥ ପଟ୍ଟନାୟକ ଓ ପିଙ୍କୁ ଓରଫ ଶ୍ରୀକୃଷ୍ଣ ମହାକୁଲ, ଦେଉଳବେଡା ଅଂଚଳର ନୁରି ଓରଫ ନୃସିଂହ ସାମଲ ଓ ଛବି ସାମଲଙ୍କୁ କାବୁ କରିବା ସହିତ ସହିତ ଚୋରି ହୋଇଥିବା ସୁନାହାର, କାନଫୁଲ ଏବଂ ୪ ହଜାର ଟଙ୍କା ଜବତ କରିଛନ୍ତି । ଅପରାଧିମାନଙ୍କୁ ପଚରାଉଚୁରା ପରେ ଆଜି କୋର୍ଟ ଚାଲାଣ କରିଛନ୍ତି ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.

twelve − 9 =