pakka

ବଣିକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

bbehera

ପାଟଣାଗଡ, (ସଦାଶିବ ସରାଫ୍‌) : ପାଟଣାଗଡ଼ ବଣିକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଂଘର ନୂତନ କର୍ମକର୍ତ୍ତା ଆସନ୍ତା ୨୩/୨୪ ବର୍ଷ ପାଇଁ ପୂର୍ବରୁ ହୋଟେଲ ଶାରଦାରେ ମନୋନୀତ କରାଯାଇଥିଲା । ତେଣୁ ଆଜି ନୂତନ କର୍ମକର୍ତ୍ତାଙ୍କ ଶପଥ ସମାରୋହ ପାଟଣାଗଡ଼ ନିକଟବର୍ତ୍ତୀ କାହ୍ନାନର୍ସରୀରେ ଆଡ଼ମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥ ସମାରୋହରେ ସଂଘର ଆଇନ ପରାମର୍ଶଦାତା ସିଦ୍ଧାର୍ଥ ମିଶ୍ର ଯୋଗଦେଇ ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ବଣିକ ସଙ୍ଘର ସଭାପତି ଭାବେ ରାଜେଶ କୁମାର ମେହେର, ଉପସଭାପତି ଭାବେ ମହନ କୁଦେଇ, ସାଧାରଣ ସମ୍ପାଦକ ଭାବେ ପ୍ରଫୁଲ୍ଲ କୁମାର ମେହେର, ସହସମ୍ପାଦକ ଭାବେ ନିତେଶ ଅଗ୍ରୱାଲ ଓ କୋଷାଧ୍ୟକ୍ଷ ଭାବେ ମୁକେଶ ଶର୍ମା ସହ ସଙ୍ଘର କାର୍ଯ୍ୟକାରୀ କମିଟିକୁ ୨୭ ଜଣ କାର୍ଯ୍ୟକର୍ତା ମନୋନୀତ କରାଯାଇଛି ବୋଲି ସଭାପତି ସୂଚନା ଦେଇଛନ୍ତି । ଆଗାମୀ ଦିନରେ ସଙ୍ଘ ତରଫରୁ ଏକ ରକ୍ତଦାନ ଶିବିର କରାଯିବା ସହ ପାଟଣାଗଡ଼ ଡାକ୍ତରଖାନା ଓ ବୃଦ୍ଧାଶ୍ରମରେ କାର୍ଯ୍ୟକ୍ରମ କରିବା ପାଇଁ କହିଥିଲେ । ପରିଶେଷରେ ସଂଘର ସମ୍ପାଦକ ପ୍ରଫୁଲ୍ଲ ମେହେର ଧନ୍ୟବାଦ ଦେଇଥିଲେ । ଏହି ଶପଥ ଗ୍ରହଣ ସମାରୋହରେ ୭୦୦ରୁ ଅଧିକ ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

15 + 11 =