pakka

ମୁଖ୍ୟମନ୍ତ୍ରୀଙ୍କ ବରଗଡ ଜିଲ୍ଲା ଗସ୍ତକୁ ବିରୋଧ : ୨୦୧୬ ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶୃତିର ଉତ୍ତର ଦିଅନ୍ତୁ – ପ୍ରଦୀପ ପୁରୋହିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ଗସ୍ତକୁ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏକ ପ୍ରେସବାର୍ତ୍ତାରେ ବିରୋଧ କରିଛନ୍ତି । ଶ୍ରୀ ପୁରୋହିତ କରିଛନ୍ତି ଯେ, ୨୦୧୬ ମସିହାରେ ବରଗଡ ଜିଲ୍ଲାର ସୋହେଲାଠାରେ ୫୦ ହଜାର ଚାଷୀଙ୍କୁ ଏକତ୍ରିତ କରି ବଡ ବଡ ପ୍ରତିଶୃତି ଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଫେରିଗଲେ ଏବେ ପୁଣି ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ, ନୂଆପଡା ଓ କଳାହାଣ୍ଡି ଗସ୍ତ କରି ପଶ୍ଚିମ ଓଡ଼ିଶାବାସୀଙ୍କୁ ନିର୍ବାଚନ ପୂର୍ବରୁ ମିଥ୍ୟା ପ୍ରତିଶୃତି ଓ ପ୍ରତାରଣା କରିବା ପାଇଁ ଆସୁଛନ୍ତି ବୋଲି ପ୍ରେସବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ଶ୍ରୀ ପୁରୋହିତ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ବେଶୀ ଓ କାମ ଶୂନ୍ । ୨୦୧୬ ମସିହା ସୋହେଲା ସମାବେଶରେ ଧାନ କ୍ୱିଣ୍ଟାଲ ପ୍ରତି ୧୦୦ ଟଙ୍କା ଚାଷୀଙ୍କୁ ବୋନସ ଦେବା କଥା ଓ ଆସନ୍ତା ୭ ବର୍ଷ ଭିତରେ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ପର୍ଯ୍ୟାୟ କ୍ରମେ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଓଡ଼ିଶାର ଚାଷୀଙ୍କୁ ଓ ପଶ୍ଚିମ ଓଡ଼ିଶାବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇଥିଲେ । ବରଗଡ ଗସ୍ତ କରି ଆଉ ଅଧିକ ମିଥ୍ୟା ପ୍ରତିଶୃତି ଦେବା ପୂର୍ବରୁ ପ୍ରଥମେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କେତେ ବୋନସ ଦେଲେ ଓ ୩୫ ହଜାର କୋଟି ଟଙ୍କା ପଶ୍ଚିମ ଓଡ଼ିଶାର କେଉଁଠି ଖର୍ଚ୍ଚ କଲେ ତା’ର ହିସାବ ଦିଅନ୍ତୁ ବୋଲି ଶ୍ରୀ ପୁରୋହିତ ଦାବୀ କରିଛନ୍ତି । ବିଜୁ ଏକ୍ସପ୍ରେସ ୱେ’ର ଯେତେ ପୋଲ ନିର୍ମାଣ ହୋଇଛି ସବୁ ଟଙ୍କା କେନ୍ଦ୍ର ସରକାର ଠୁ ଆସିଛି ଓ ଜାତୀୟ ରାଜପଥରେ ସଂପୂର୍ଣ୍ଣ ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରିଛନ୍ତି । ତେଣୁ ବିଜୁ ଏକ୍ସପ୍ରେସ ୱେ’ ଉଦ୍‌ଘାଟନ ସମୟରେ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସାମିଲ ନକରି ମୁଖ୍ୟମନ୍ତ୍ରୀ ନିଜେ କେବଳ ଏହାର ଫାଇଦା ନେବା ପାଇଁ ଦ୍ୱିତୀୟ ଥର ପାଇଁ ବିଜୁ ଏକ୍ସପ୍ରେସ ୱେ’ ଉଦ୍‌ଘାଟନ କରୁଛନ୍ତି ବୋଲି ଶ୍ରୀ ପୁରୋହିତ ଗୁରୁତର ଅଭିଯୋଗ କରିଛନ୍ତି । ୨୦୨୨ ସୁଦ୍ଧା ହୀରାକୁଦ ଡ୍ୟାମ୍‌ରୁ ପାଣି ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଜରିଆରେ ବିଜେପୁର ନିର୍ବାଚନ ମଣ୍ଡଳୀର ଚାଷୀଙ୍କ କ୍ଷେତରେ ପହଞ୍ଚିବାର ଯେଉଁ ପ୍ରତିଶୃତି ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ଦେଇଥିଲେ ତାହା କେବେ ପୂରଣ ହେବ ଏହାର ଉତ୍ତର ମଧ୍ୟ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ନବ ଦାସ ହତ୍ୟାକାଣ୍ଡ ଓ ଓଡ଼ିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିରୁ ବର୍ତ୍ତିବା ପାଇଁ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନଙ୍କ ନାମରେ ଯେଉଁ ମିଥ୍ୟା ଓ ସଙ୍ଗୀନ ଦଫା ଲଗାଇ ଝାରପଡ଼ା ଜେଲ୍‌ରେ ବନ୍ଦି କରି ରଖାଯାଇଛି ତା’ର ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ବରଗଡ ଜିଲ୍ଲା ଗସ୍ତକୁ ବିଜେପି ତୀବ୍ର ବିରୋଧ କରୁଛି ବୋଲି ପ୍ରଦୀପ ପୁରୋହିତ ପ୍ରେସବାର୍ତ୍ତାରେ ଜଣାଇଛନ୍ତି ।

Leave A Reply

Your email address will not be published.

one − one =