ବିଷାକ୍ତ ସାପ କାମୁଡାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବିଷାକ୍ତ ସାପ କାମୁଡାରେ ଜଣେ ମହିଳା ସରପଞ୍ଚଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମହିଳା ସରପଞ୍ଚ ଜଣକ ହେଲେ ରାୟଗଡା ସଦର ବ୍ଲକ କୁଲି ପଞ୍ଚାୟତର ମାଙ୍ଗି କାଡ୍ରାକା । ଗତକାଲି ବିଳମ୍ବିତ ରାତିରେ ମାଙ୍ଗି ନିଜ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କ ଡାହାଣ ଗୋଡକୁ କାମୁଡିଥିଲା । ପରେ ସେ ତାଙ୍କ ସ୍ୱାମୀଙ୍କୁ ସୂଚନା ଦେଇଥିଲେ । ସ୍ୱାମୀ ସୁରୀ କାଡ୍ରାକା ଆମ୍ବୁଲାନ୍ସ ସାହାଯ୍ୟରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରାଇଥିଲେ । ତେବେ ପ୍ରାୟ ଦେଢ ଘଣ୍ଟା ଧରି ତାଙ୍କୁ ଚିକିତ୍ସା କରିବା ପରେ ମଧ୍ୟ ସରପଞ୍ଚଙ୍କ ଜୀବନ ଚାଲିଯାଇଥିଲା । ସରପଞ୍ଚଙ୍କ ମୃତ୍ୟୁ ଘଟଣା ପ୍ରଚାରିତ ହେବା ପରେ କୁଲି ପଞ୍ଚାୟତ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତ ସରପଞ୍ଚଙ୍କ ବହୁ ପ୍ରଶଂସକ ତାଙ୍କ ଶେଷ ଦର୍ଶନ କରିବା ପାଇଁ ଡାକ୍ତରଖାନାରେ ଆସି ପହଞ୍ଚିଥିଲେ । ଯାହାକି କାନ୍ଦ ବୋବାଳିରେ ଗାଁ ଫାଟି ପଡୁଛି ।

Leave A Reply

Your email address will not be published.