pakka

ସାପ କାମୁଡାରେ ମହିଳାଙ୍କ ମୁତ୍ୟୁ

bbehera

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ ଘନିପୁର ଗ୍ରାମର ଜୈନିକ ମହିଳାଙ୍କୁ ସୋମବାର ରାତିରେ ବିଷାକ୍ତ ସାପ କାମୁଡି ଥିବାରୁ ଆଜି ତାଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ ଘନିପୁର ଗ୍ରାମର ସୋମନାଥ ସାହୁଙ୍କ ପତ୍‌ତ୍ନୀ ବିଜୟ ଲକ୍ଷ୍ମୀ ସାହୁ(୫୦)ଙ୍କୁ ରାତିରେ ଘରେ ଏକ ବିଷାକ୍ତ ସାପ କାମୁଡିବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭୂବନେଶ୍ବରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରାଯାଇଛି । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ ସମ୍ପନ୍ନ କରାଯାଇଛି।

jay balangir
Leave A Reply

Your email address will not be published.

13 + fourteen =

error: Content is protected !!