oom

ସଂସ୍କୃତି ପ୍ରଚାରକ ସମ୍ମାନରେ ବିନୋଦ କୁମାର କାଲସାଏଙ୍କୁ ସମ୍ମାନିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ସମଲେଇ ସେନା ପଶ୍ଚିମ ଓଡିଶା ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ କଳା ଓ ସଂସ୍କୃତି ସମ୍ମାନ ‘ସଂସ୍କୃତି ପ୍ରଚାରକ’ ସମ୍ମାମରେ ବିନୋଦ କୁମାର କାଲସାଏଙ୍କୁ ସମ୍ମାନିତ କରାଯାଇଥିଲା । ପଶ୍ଚିମ ଓଡିଶାର ସିଘା ତିହାର ନୂଆଁଖାଇ । ନୂଆଁଖାଇ ପରେ ପରେ ଚାଲିଛେ ଭେଟ୍‌ଘାଟ୍‌ । ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ସମଲେଇ ସେନା ପଶ୍ଚିମ ଓଡିଶା ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଥିପାଇଁ ପଶ୍ଚିମ ଓଡିଶାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିଲା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ସେଥି ମଧ୍ୟରୁ କଳା ଓ ସଂସ୍କୃତି ସମ୍ମାନରେ ବଲାଙ୍ଗିର ଜିଲ୍ଲାର ଯିଏକି ନୂଆଁଖାଇ ସଂସ୍କୃତି, ନୂଆଁଖାଇ ତିହାର ସମାଜିକ ଚଳନି କେ ନେଇ କରି ଭାବର ବନ୍ଧନ, ଭାବର ତିହାର ନୂଆଁଖାଇର ଫଏସଲା, କୁରେପତର, କିରାଫୁଲ ଭଳି ଚାଲିଶରୁ ଅଧିକ ଚଳଚ୍ଚିତ୍ର ତିଆରି କରି ଆମର ପରମ୍ପରା ସଂସ୍କୃତିକୁ ବଂଚାଇ ରଖିବା ପାଇଁ ପ୍ରଚାର ପ୍ରସାର ଜାରି ରଖିଛନ୍ତି । ତେଣୁ ସଂସ୍କୃତି ପ୍ରଚାରକ ସମ୍ମାନରେ ବିନୋଦ କୁମାର କାଲସାଏଙ୍କୁ ସମ୍ମାନିତ କରାଯାଇଥିଲା । ସେଥିପାଇଁ ଶ୍ରୀ କାଲସାଏଙ୍କ ପାଖକୁ କଳାକାର ଓ ଶୁଭେଚ୍ଛୁମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଛି ।

jittmm
Leave A Reply

Your email address will not be published.