pakka

କାଲିଝରନରେ ‘ଖଦ୍ୟୋତ’ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ‘ଖଦ୍ୟୋତ’ ପକ୍ଷରୁ ପୁଇଁତଳା ଥାନା ଅନ୍ତର୍ଗତ ଆଠଗାଁ ପଞ୍ଚାୟତର କାଲିଝରନ ଗାଁରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱ ଓ ସାଂଗଠନିକ ସଂପାଦକ ଆନନ୍ଦ ବଡପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବରେ ଅରକ୍ଷିତ ସା, ମୂରଲିଧର ଭୋଇ, ନୀଳମଣି ସାହୁ, ଜେନା ସା ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଆଠଗାଁ ଜମିଦାରୀ ଅଞ୍ଚଳର ଏକ ବିଶାଳ ଐତିହାସିକ ପୃଷ୍ଠଭୂମି ରହିଛି । ଏହି ଅଞ୍ଚଳର ଭୀମଡୁଙ୍ଗୁରୀ ପର୍ଯ୍ୟଟନ କ୍ଷେତ୍ର ସହିତ ଆଠଗାଁର ତତକାଳୀନ ଜମିଦାର ଧରମସିଂ ମାଝି ମାନଧାତାଙ୍କ ବିଷୟରେ କହିଥିଲେ । ନୂଆଁଖାଇ ଭେଟ୍‌ଘାଟ୍‌ରେ ଆଜି ଗ୍ରାମାଞ୍ଚଳରୁ ନେଇ ନଗରି, ଦେଶ ବିଦେଶ ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇଛି ବୋଲି ଅତିଥିଗଣ କହିଥିଲେ । ଆଜିର କାର୍ଯ୍ୟକ୍ରମ ସହର ସହିତ ଗ୍ରାମାଞ୍ଚଳକୁ ଯୋଡିବାର ପ୍ରୟାସ ବୋଲି ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣ ମିଶ୍ର କହିଥିଲେ । ଅନୁଷ୍ଠାନର ଉପସଭାପତି ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ରେଡକ୍ରସ୍‌ ସୋସାଇଟିର ସଭ୍ୟ ରବିଚନ୍ଦ୍ର ପଶାୟତ ଓ ସଂପାଦକ ଆକୁଳ ବେହେରା ମଞ୍ଚାସୀନ ରହି ନୃତ୍ୟ ପ୍ରତିଯୋଗୀତା, ଚିତ୍ରାଙ୍କନ ପ୍ରତିଯୋଗୀତା ଓ ବାଡିଘିଚା ପ୍ରତିଯୋଗୀତା କରାଇଥିଲେ । ଏହି ଅବସରରେ ବଲାଙ୍ଗିର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ଶିବପ୍ରସାଦ ଶତପଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଉପଲକ୍ଷେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ନୃତ୍ୟ ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗୀତା ଖୁବ୍‌ ଚିତ୍ତାକର୍ଷକ ହୋଇଥିଲା । ବଲାଙ୍ଗିର ରାମେଶ୍ୱରନଗରପଡାର ବାପିଗୋବର୍ଦ୍ଧନ ଦାସ ଓ ନମ୍ରତା ଦାସଙ୍କ ପୁତ୍ର ଶିଶୁ କଳାକାର ନୈତିକନୟନ ଦାସଙ୍କ ଏକକ ଅଭିନୟ ଖୁବ ହୃଦୟସ୍ପର୍ଷି ହୋଇଥିଲା । ବାଡିଘିଚା ପ୍ରତିଯୋଗୀତାରେ କାଲିଝରନ ଗାଁର ପଞ୍ଚାନନ ସା, କେସବ ସା ଓ ଦୁଶ୍ମନ୍ତ ପଟେଲ ବିଜୟୀ ହୋଇଥିଲେ । ନୃତ୍ୟ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଛାତ୍ରୀ ଯୋଗ ଦେଇଥିଲେ । ଛୋଟଛୋଟ ଛାତ୍ରୀଙ୍କ ଦ୍ୱାରା ରେକର୍ଡ ଡ୍ୟାନ୍ସ କରାଯାଇଥିଲା । ଶେଷରେ କୃତି ପ୍ରତିଯୋଗୀଙ୍କୁ ମୋମେଣ୍ଟୋ, ମେଡାଲ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାଲିଝରନ ଗାଁର ନକୁଳ ସାହୁ, ନୀଳମଣୀ ସାହୁ, ବଲାଙ୍ଗିରର ବାପିଗୋବର୍ଦ୍ଧନ ଦାସ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

18 + 20 =