csstore

ପଦ୍ମପୁରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା । ନିଜର ହେଲିକପ୍ଟରରେ ପଦ୍ମପୁର ସତିଭଟା ସ୍ଥିତ ଏୟାର ଷ୍ଟ୍ରିପ ଠାରେ ପହଞ୍ଚିଥିଲେ ସାଂସଦ ବୈଜୟନ୍ତ ପଣ୍ଡା । ଶ୍ରୀ ପଣ୍ଡା ପହଞ୍ଚିବା ପରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମପୁର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇଙ୍କ ସହ ବହୁ ନେତା ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଜଣାଇ ଥିଲେ । ପରେ ପଦ୍ମପୁର ମହୁଲପାଲି ଠାରେ ସଦସ୍ୟତା ଅଭିଯାନରେ ଯୋଗଦେଇ ସାଂସଦ ଶ୍ରୀ ପଣ୍ଡା ଏହି ଅଭିଯାନ ଆଗାମୀ ଦିନରେ ଦଳର ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହେବା ପରେ ବିଜେପି ପକ୍ଷରୁ ଓଡିଶାରେ ସଦସ୍ୟ ଯୋଡିବା ଅଭିଯାନ ଆରମ୍ଭ କରଯାଇଛି । ଲୋକମାନେ ମଧ୍ୟ ଆନନ୍ଦର ସହ ବିଜେପି ସହ ଯୋଡି ହୋଇଥିଲେ । ମୁଖ୍ୟତଃ ମହିଳାମାନେ ଅଧୂକ ସଦସ୍ୟତା ଗ୍ରହଣ କରିଥିବା ଦେଖିବାକୁ ମିଲିଥିଲା । ବିଜେପି କର୍ମୀ ମାନେ ମଧ୍ୟ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବୈଜୟନ ପଣ୍ଡାଙ୍କ ସହ ମିଶି ଓ ସଦସ୍ୟତା ଗ୍ରହଣ କରି ବେଶ ଖୁସି ବ୍ୟକ୍ତି କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଅରୁପା ସାହୁ, ପ୍ରଭାସ ସିଂ, ସୁରେଶ୍ୱର ଶତପଥୀ, ସରୋଜ ସାମଲ, ସୁନିଲ ବେହେରା, ମୁରଲି ସାହୁ, ନିରୋଜ ଦାସ, ସରସ୍ୱତୀ ସାହୁ, ଚିନ୍ମୟ କୁମାର ପଣ୍ଡା, ସୁନିଲ ଅଗ୍ରୱାଲ, ଜ୍ୟୋସ୍ମାରାଣୀ କର, ପ୍ରମିଳା ମେହେର, ଗୋବର୍ଦ୍ଧନ ଅଗ୍ରୱାଲ, ଅଶୋକ ମିଶ୍ର, ହରି ସିଂ, ସଖ ବରିହା, ତ୍ରିପୁରା ବରିହା, ସୁରେନ୍ଦ୍ର ପ୍ରତାପ ସିଂହ ବରିହା, କେତନ ମେହେର, କୈଳାଶ ଦିଶ୍ରୀ, ସଞ୍ଜୟ ବେହେରା, ନିରାକାର ବରିହା, ଦିବ୍ୟ କିଶୋର ସାହୁ, ଟୁନା ଦଣ୍ଡସେନା, ଭୀଷ୍ମଦେବ ସାହୁ, ହରେକୃଷ୍ଣ ପଟେଲ, ହରିହର ସାହୁ, ଦୁର୍ଗାପ୍ରସାଦ ଅଗ୍ରୱାଲଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.