କେନ୍ଦୁପତ୍ର କର୍ମଚାରୀ ମାନଙ୍କ ସମସ୍ୟା ଉପରେ ପିସିସିଏଫଙ୍କ ସହିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଆଲୋଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା କେନ୍ଦୁ ପତ୍ର ସଙ୍ଗଠନ, ଓଡିଶା ଜଙ୍ଗଲ ଉନ୍ନୟନ ନିଗମ, ଜଳବାୟୁ ପରିବର୍ତ୍ତନ ଏବଂ ଜଙ୍ଗଲ ପରିବେଶ ସୁରକ୍ଷା ବିଭାଗର ପିସିସିଏଫ ମାନଙ୍କ ସହିତ ଶ୍ରମିକ କର୍ମଚାରୀ ମାନଙ୍କ ସମସ୍ୟା, ବିରଳ ତଥା ବିଲୁପ୍ତପ୍ରାୟ ବନ୍ୟପ୍ରାଣୀ, ବିରଳ ପକ୍ଷୀ, ବିରଳ ଔଷଧିୟ ବୃକ୍ଷ ଲତାର ସୁରକ୍ଷା ଏବଂ ପୁନଃଉଦ୍ଧାର ସହିତ ପ୍ରାକୃତିକ ସମ୍ପଦରେ ଭରପୁର ଥିବା ପାହାଡ଼ ପର୍ବତର ସୁରକ୍ଷା, ପାହାଡ଼ଗୁଡିକର ପର୍ଯ୍ୟାବରଣ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା, ପ୍ରାକୃତିକ ଝରଣା, ଜଳପ୍ରପାତର ସୌନ୍ଦର୍ଯ୍ୟ କରଣ, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଏବଂ ବିକ୍ରୟର ବ୍ୟବସ୍ଥା କରିବାକୁ ଆଜି ଭୁବନେଶ୍ୱର ସ୍ଥିତ ପିସିସିଏଫ(କେନ୍ଦୁ ପତ୍ର )ଙ୍କ ସହିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଆଲୋଚନା କରିଛନ୍ତି ।

Leave A Reply

Your email address will not be published.

17 − six =