ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ବରଗଡ଼ ସହର ୱାର୍ଡ ନଂ ୧୮ ଭାରତୀନଗର ବାସିନ୍ଦା ପିତା ବାସୁଦେବ ପ୍ରଧାନ ଓ ମାତା ଚନ୍ଦ୍ରମାଙ୍କ ଝିଅ ସୁଶ୍ରୀ ଅଙ୍କିତା ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର (ବାଣୀବିହାର)ରେ ଅଧ୍ୟୟନ କରି ରସାୟନ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏନେଇ ଉତ୍କଳ ୟୁନିଭରସିଟିର ୫୧ତମ ସମାବର୍ତ୍ତନ ଉତ୍ସବ- ୨୦୨୨ ରେ ଅଙ୍କିତା ସ୍ୱର୍ଣ୍ଣପଦକ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ବିଚାରପତି ଡା. ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଓ ମୁଖ୍ୟବକ୍ତା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ସ୍ଵର୍ଣ୍ଣ-ପଦକ ସହ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ଏହି କୃତ୍ତିତ୍ବ ଯୋଗୁଁ ବରଗଡ଼ ଜିଲ୍ଲା ତଥା ସମଗ୍ର ପଶ୍ଚିମ ଓଡିଶାରେ ଖୁସିର ଲହରୀ ଖେଳିଯାଇଛି ।