
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ୨୭ ଏପ୍ରିଲ ୨୦୨୬ ତାରିଖରେ “ଗୌ ସମ୍ମାନ ଦିବସ” ପାଳନ କରାଗଲା ଏବଂ ଗୋମାତାଙ୍କୁ ଜାତୀୟ ମାତାର ମର୍ଯ୍ୟାଦା ଦେବା ପାଇଁ ପ୍ରଶାସନଙ୍କୁ ସମସ୍ତ ସନାତନ ଧର୍ମ ପ୍ରେମୀମାନଙ୍କ ଦ୍ୱାରା ଅନୁରୋଧ କରାଗଲା । ସକାଳ ୦୫:୪୫ ବେଳେ ଟିଟିଲାଗଡ଼ ଥାନା ଛକରୁ ସମସ୍ତ ଗୌ ସେବକ, ଟିଟିଲାଗଡ଼ର ସନାତନ ଧର୍ମ ପ୍ରେମୀମାନେ ଏବଂ ଶ୍ରୀ ରାମ ପ୍ରଭାତ ଫେରୀ କୀର୍ତ୍ତନ ମଣ୍ଡଳୀ ସହ ଏକ ବିରାଟ ନଗର ଯାତ୍ରା ଆରମ୍ଭ ହେଲା । ଏହି ଯାତ୍ରାରେ ଭାରତ ସରକାରଙ୍କୁ ଦାବି କରାଗଲା ଯେ ଗୌ ମାତାଙ୍କୁ ଜାତୀୟ ମାତାର ଦରଜା ଦିଆଯାଉ । ଗୌ ସମ୍ମାନ ଅଭିଯାନର ନିବେଦକ : ଟିଟିଲାଗଡ଼ ଗୌ ସେବା ସଦନ ଏଣ୍ଡ ହର୍ବାଲ ପ୍ଲାଣ୍ଟେସନ, ଶ୍ରୀ ରାମ ପ୍ରଭାତ ଫେରୀ କୀର୍ତ୍ତନ ମଣ୍ଡଳୀ ଟିଟିଲାଗଡ଼ ଏବଂ ସମସ୍ତ ସନାତନୀ ଧର୍ମ ପ୍ରେମୀମାନେ ନିଜ ଉପସ୍ଥିତି ଦର୍ଶାଇଥିଲେ । ସମସ୍ତେ ଏକ ସ୍ୱରରେ “ଗୌ ମାତାଙ୍କୁ ଜାତୀୟ ମାତାର ଦରଜା ଦିଆଯାଉ ବୋଲି ନାରା ଦେଇଥିଲେ । “ଏକ ନାରା, ଏକ ଦାବି ଗୌ ମାତାଙ୍କୁ ଜାତୀୟ ମାତାର ସମ୍ମାନ ଦିଆଯାଉ ବୋଲି ଦାବି କରିଛନ୍ତି ।