
ଟିଟିଲାଗଡ ଲାୟନ୍ସ କ୍ଲବ ଓ ଗ୍ଲେମ ଷ୍ଟୁଡିଓ ସେଲୋନର ମିଳିତ ଆନୁକୂଲ୍ୟରେ ମେକଅପ ଟ୍ରେନିଂ କ୍ଲାସ ପ୍ରଶିକ୍ଷଣ ଶିବିର ଉଦଘାଟିତ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ସବୁବେଳେ ସାମାଜିକ ସେବା କାର୍ଯ୍ୟ ତଥା ଲୋକଙ୍କୁ ସହଯୋଗର ହାତ ବଢ଼ାଇ ଥାଏ । ଏହି ପରିପ୍ରେକ୍ଷୀରେ ସହରର ଇଚ୍ଛୁକ ଥିବା ଝିଅ ତଥା ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଦୁଇ ମାସିଆ ମେକ୍ଅପ୍ ଟ୍ରେନିଂ କ୍ଲାସ୍ର ଉଦ୍ଘାଟନ ରବିବାର ସନ୍ଧ୍ୟା ଗ୍ଲାମ୍ ଷ୍ଟୁଡିଓ ସେଲୋନ୍ ଠାରେ କ୍ଲବ୍ ସଭାପତି ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ଲେମ୍ ଷ୍ଟୁଡ଼ିଓ ସେଲୋନର ପ୍ରୋପ୍ରାଇଟର ସ୍ନିଗ୍ଧା ପାଢୀ, କ୍ଲବର ସଦସ୍ୟ ଓ ପ୍ରଶିକ୍ଷଣ ଗ୍ରହଣ କରିବାକୁ ଆସିଥିବା ସମସ୍ତ ପ୍ରଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ । ପ୍ରଥମେ ମା’ ଜଗତ ଜନନୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ କରି ଧୂପ ଦେଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ଲାୟନ୍ସ କ୍ଲବର ମାର୍କେଟିଙ୍ଗ ଚେୟାର ପର୍ସନ ଲାୟନ ସଞ୍ଜୟ କୁମାର ନାୟକ । ଏହି ଅବସରରେ କ୍ଲବର ସମ୍ପାଦକ ଲାୟନ ପଙ୍କଜ କୁମାର ନାମଦେବ, କୋଷାଧ୍ୟକ୍ଷ ବିନୟ କୁମାର ଜୈନ, ମହିଳା ସଦସ୍ୟା ଶ୍ରୀମତୀ ବବିତା ଜୈନ, ଶିଳ୍ପାଞ୍ଜଳି ନାମଦେବ ପ୍ରମୁଖ ମଞ୍ଚାସୀନ ଥିଲେ । କ୍ଲବ ସଭାପତି ଶ୍ରୀ ସୋନି ମହିଳା ସଶକ୍ତିକରଣ ଦିଗରେ ଏହା ଆମର ଦ୍ୱିତୀୟ ପଦକ୍ଷେପ ଗ୍ରହଣ କରିଛୁ ବୋଲି କହିଥିଲେ । ସେହିପରି ଗ୍ଲେମ ଷ୍ଟୁଡ଼ିଓ ସେଲୋନର ପ୍ରୋପ୍ରାଇଟର ସ୍ନିଗ୍ଧା ପାଢୀ ଲାୟନ୍ସ କ୍ଲବ ଏହି ସେବା କାର୍ଯ୍ୟର ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇବା ସହ ମହିଳାଙ୍କୁ ରୋଜଗାରକ୍ଷମ ତଥା ଆତ୍ମ ନିର୍ଭରଶୀଳ କରେଇ ନିଯୁକ୍ତି ଦେବାର ଏକ ସୁଯୋଗ ଆସିଥିବା ପ୍ରଶିକ୍ଷାର୍ଥୀଙ୍କୁ କହିଥିଲେ । ଆସନ୍ତା ୨୭ ତାରିଖରୁ ଦୁଇ ମାସ ଧରି ଦୁଇ ଘଣ୍ଟିଆ ଟ୍ରେନିଂ ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କ୍ଲବର ଗଙ୍ଗାଧର ଶର୍ମା, ଦୀପକ ପୃଷ୍ଟି, ପ୍ରଦୀପ ବାରିକ, ଅଜିତ ଚାନ୍ଦ ପାତ୍ର ଏବଂ ସପତ୍ନୀ, ପ୍ରଭାତ ଗୋଏଲ, ସୁଧୀର ମେହେର ଓ ଗ୍ଲେମ ଷ୍ଟୁଡିଓର ସଦସ୍ୟମାନେ ସହଯୋଗ କରିଥିଲେ ।