pr

ରାଜ୍ୟସ୍ତରୀୟ ସମ୍ମିଳନୀରେ ତହଁକ୍ କୁଟୁମ୍‌କୁ ସାଂଗଠନିକ ସମ୍ମାନ

dr. purohit

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : କୋଶଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ର ଆୟୋଜନରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ କୋଶଲି ଭାଷା ସମ୍ମେଳନରେ କୋଶଲି ଭାଷା ସାହିତ୍ୟ ଉପରେ ବିଭିନ୍ନ ଆଲୋଚନା ହୋଇଥିଲା । ବହୁ ଜିଲ୍ଲାରୁ କବି, ଗବେଷକ, ଆଲୋଚକ, ଭାଷାବିତ୍ ଯୋଗଦେଇ କୋଶଲି ଭାଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତହଁକ୍ କୁଟୁମ୍ ଗତ ୧୨ ବର୍ଷ ଧରି କୋଶଲି ଭାଷା ସାହିତ୍ୟକୁ ବଞ୍ଚାଇବା ସହିତ ତାର ପ୍ରଚାର ପ୍ରସାର କରିବା ପାଇଁ ଅନବରତ ସାହିତ୍ୟ କାର୍ଯ୍ୟକ୍ରମ ଏବଂ ସମ୍ମିଳନୀ କରୁଥିବାରୁ ରାଜ୍ୟ ସ୍ତରୀୟ କୋଶଲି ଭାଷା ସମ୍ମିଳନୀ ଅବସରରେ ତହଁକ୍‌କୁ “ସାଂଗଠନିକ ସମ୍ମାନ୍ – ୨୦୨୬” ପ୍ରଦାନ କରାଯାଇଥିଲା । ଏହି ଅବସରରେ ସମ୍ପାଦକ ରାଜେଶ ଦଣ୍ଡସେନା ଏବଂ ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ଯୋଗଦେଇ ସମ୍ମାନ ଗ୍ରହଣ କରିଥିଲେ । ଏହି ସମ୍ମାନ ପାଇବା ପରେ ତହଁକ୍ କୁଟୁମ୍‌କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

nrusinghnath
Leave A Reply

Your email address will not be published.