csstore

ନବୀନର ୨୪ତମ ବିଷୁବ ମିଳନରେ ୩ ପ୍ରତିଭାଧର ସମ୍ମାନିତ ହେବେ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର ନବୀନ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ୨୪ତମ ବିଷୁବ ମିଳନ ଅବସରରେ ୩ ଜଣ ପ୍ରତିଭାଧରଙ୍କୁ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏ ସମ୍ପର୍କରେ ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ବୈଠକ ନବୀନ ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା । ଅପ୍ରେଲ ୧୪ ତାରିଖ (ଗୁରୁବାର)ରେ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ନବୀନ ଭବନ ପରିସରରେ ଆୟୋଜିତ ହେବାକୁ ଯାଉଥିବା ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶରେ ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସାମ୍ୟବାଦୀ କବି ଶୋଭାଚନ୍ଦ୍ର ଷଡ଼ଙ୍ଗୀ, କବୟିତ୍ରୀ ବନ୍ଦନା ମିଶ୍ର ଓ ଯୁବ କବି କ୍ଷୀରୋଦ ସେଠୀଙ୍କୁ ନବୀନ ବିଷୁବ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସ୍ଥିରୀକୃତ ହୋଇଛି । ଆୟୋଜିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ପ୍ରଫେସର ଡ଼ମ୍ବରୁଧର ସାହୁ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀ, ସମାଜସେବୀ ରାମକୃଷ୍ଣ ପାତ୍ର, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ବନ୍ଦନା ମହାପାତ୍ର, ସୁଶାନ୍ତ କର, ରଞ୍ଜନ କୁମାର ସାହୁ, ମାନସ ରଞ୍ଜନ ତ୍ରିପାଠୀ, ପବିତ୍ର କୁମାର ଚୌଧୁରୀ, ବି. ସତ୍ୟମ୍‌ ଆଚାରୀ, ନବୀନର ପ୍ରକାଶିକା ମଞ୍ଜୁ ରଥ, ସାମ୍ବାଦିକ ରାକେଶ କୁମାର ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।

jayashree
Leave A Reply

Your email address will not be published.