ସଂକଳ୍ପ ପରିବାର ସାହାଯ୍ୟରେ ଟ୍ରାଇ ସାଇକେଲ ପାଇଲେ ଦିବ୍ୟାଙ୍ଗ ଯୁବକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ତେନ୍ତଲା ଗ୍ରାମର ଦିବ୍ୟାଙ୍ଗ ଯୁବକ ଗଜାନନ ରାଉତଙ୍କ ମୁଣ୍ଡରେ ପରିବାର ବୋଝ । ଘରେ ବୃଦ୍ଧା ମାବାପା ଛଡା ଆଉ କେହି ନାହାନ୍ତି । ଏକ ମାତ୍ର ଭଉଣୀ, ବାହାଘର ସରିଯାଇଛି । ବର୍ତମାନ ପରିଣତ ବୟସରେ ବାପା ଚନ୍ଦ୍ରଭାନୁ ରାଉତ ରୋଗାକ୍ରାନ୍ତ ଥିବାବେଳେ ପରିବାର ଚଳାଇବା ବୋଝ ପଡିଛି ଦିବ୍ୟାଙ୍ଗ ଗଜାନନ ଉପରେ । କିନ୍ତୁ ଏଥିରୁ ହାର ମାନି ନାହାନ୍ତି ଗଜାନନ । ଶିକ୍ଷାଗତ ଯୋଗ୍ୟତା କହିଲେ ଦଶମ ଶ୍ରେଣୀ ଯାଏ ପାଠ ପଢିଥିବା ଦିବ୍ୟାଙ୍ଗ ବର୍ତମାନ ବହାରିଛନ୍ତି କିଛି ରୋଜଗାର କରି ନିଜ ପରିବାର ପୋଷଣ କରିବା ଉଦ୍ଦେଶ୍ୟରେ । ଘର ପାଖରେ ଗଢି ଉଠିଥିବା ବର୍ତ୍ତମାନର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାନ ଦୋକାନ ଖଣ୍ଡିଏ କରିଛନ୍ତି ଗଜାନନ । କିନ୍ତୁ ତାହା ଅସ୍ଥାୟୀ ଦୋକାନ ଗୃହ ହୋଇଥିବାରୁ ରାତିରେ ସେଠାରେ ପାନ ଦୋକାନର ସମାନ ହେଉ ବା ଅନ୍ୟ କୌଣସି ଜିନିଷ ପତ୍ର ଛାଡିକି ଆସିବା ସମ୍ଭବ ନୁହେଁ । ୧୦୦ ମିଟର ଚାଲିକି ଗଲେ ବାରମ୍ବାର ତଳେ ପଡି ଯାଉଥିବା ଗଜାନନ ପାଇଁ କାଠିକର ସାବ୍ୟସ୍ତ ହୋଇଥିଲା ପ୍ରତ୍ୟକ ଦିନ ଦୋକାନ ଜିନିଷ ବୋହି ଘରକୁ ଆଣିବେ ଓ ପର ଦିନ ପୁଣି ଦୋକାନକୁ ନେବା । ଏପରି ସ୍ଥଳେ ଟ୍ରାଇ ସାଇକଲ ଖଣ୍ଡିକ ପାଇଁ ବିଭିନ୍ନ ସରକାରୀ ବାବୁଙ୍କ ଦୃଷ୍ଟିଗୋଚର କରିଥିଲେ ସୁଦ୍ଧା ତାହା ପାଇବାରେ ବହୁ ବିଳମ୍ବ ହୋଇଥିଲା । ଆଜି ସଂକଳ୍ପ ପରିବାରର ଅନୁରୋଧ ପରେ ବରଗଡ଼ ବିଡିଓ ଯୁଧିଷ୍ଠିର ମେହେର ସଙ୍ଗେ ସଙ୍ଗେ ଦିବ୍ୟାଙ୍ଗ ରାଉତକୁ ଗୋଟେ ତିନି ଚକିଆ ସାଇକଲ ପ୍ରଦାନ କରିଥିଲେ । ଉକ୍ତ ସମୟରେ ବରଗଡ଼ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଯୁବ ନେତା ତଥା ସମାଜସେବୀ ଉମେଶ ପଣ୍ଡା, ବରଗଡ଼ ବିଡ଼ିଓ ଯୁଧିଷ୍ଠିର ମେହେର ଉପସ୍ଥିତ ଥିଲେ ।

Leave A Reply

Your email address will not be published.