csstore

ଅଚିହ୍ନା ଯୁବକ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗୋଡ଼ଭଗା ଅଞ୍ଚଳରେ ପଡି ରହିଥିବା ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ନମିଲିବାରୁ ତାର ଶବ ସତ୍କାର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ କରାଯାଇଛି । ସୂଚନା ମୁତାବକ ଗତ ୧୮ ତାରିଖ ବୁଧବାର ଦିନ ଗୋଡ଼ଭଗା ଲକ୍ଷ୍ମନ ନଗର ଅଞ୍ଚଳରେ ଏକ ଅଚିହ୍ନା ଯୁବକ ବୁଲା ବୁଲି କରୁଥିଲେ ରାତ୍ରି ସମୟରେ ସେହି ଗାଁରେ ଏକ ବାରଣ୍ଡାରେ ଆଶ୍ରୟ ନେଇଥିଲେ ମାତ୍ର ତା’ପର ଦିନ ଅର୍ଥାତ୍‌ ଗୁରୁବାର ସକାଳୁ ଆଉ ସେ ଉଠି ନଥିଲେ ଆଖ ପାଖ ଲୋକ ରୁଣ୍ଡ ହୋଇ ପୋଲିସକୁ ଖବର ଦେଇଥିଲେ ମାତ୍ର ପୋଲିସ ପହଞ୍ଚି ଛାନବିନ କଲା ବେଳକୁ ଯୁବକ ଜଣକ ମୃତ୍ୟବରଣ କରିଥିବା ଜାଣିବାକୁ ପାଇଥିଲେ ପରେ ଅତବିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ସକାଶେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ଆଜି ସୋମବାର ୭୨ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ମୃତ ବ୍ୟକ୍ତିର କୌଣସି ପରିଚୟ ମିଳି ପାରି ନଥିବାରୁ ତାର ଶବ ସତ୍କାର କରିବା ପାଇଁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ଗୋଡ଼ଭଗା ପୋଲିସ ଲିଖିତ ଅନୁରୋଧ କରିଥିଲେ । ଖବର ପାଇବା ପରେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲଙ୍କ ସହିତ ସମ୍ପାଦକ ଜି. ରମେଶ, ଅନନ୍ତ ଚରଣ ସାହୁ, ଲିପନ ପଣ୍ଡା, ରାଜକୁମାର ବନଛୋର ପ୍ରମୁଖ ପିପଳମୁଣ୍ଡା ସ୍ୱର୍ଗଦ୍ୱାରରେ ସମ୍ମାନର ସହିତ ଶବ ସତ୍କାର କରିଥିଲେ ।

jayashree
Leave A Reply

Your email address will not be published.