csstore

ବରଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରିପର : ଗାଡି ଡାଲା ଭିତରୁ ବାହାରୁଛି ବସ୍ତାବସ୍ତା ଜିନିଷ – ଗଞ୍ଜେଇ ଥିବା ସନ୍ଦେହ

ବୈପାରିଗୁଡ଼ା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବରଗଛରେ ପିଟିହୋଇ ଏକ ଟ୍ରିପର ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାକଡରେ ଓଲଟି ପଡିଥିବା ଦେଖିବାକୁ ମିଳିଛି । ବୈପାରିଗୁଡା ଥାନା ଅନ୍ତର୍ଗତ ଦିଗାପୁର ବୈପାରିଗୁଡା ରାସ୍ତାର ପୂଜାରୀଗୁଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ତେବେ ଟ୍ରିପର ନଂ ଓଡି ୨୪ବି ୦୭୮୬ ବୈପାରିଗୁଡା ପଟରୁ ଦିଗାପୁର ଆଡେ ଯାଉଥିବା ସମୟରେ ପୂଜାରୀଗୁଡା ଛକ ପାଖରେ ଥିବା ଏକ ବରଗଛର ଡାଳକୁ ଗାଡିର ଡାଲା ବାଜିବା ପରେ ଡ୍ରାଇଭର୍‌ ଭାରସାମ୍ୟ ହରାଇ ଗାଡି ରାସ୍ତାକୁ ଯାଇ ଓଲଟି ପଡିଥିବାର ଅନୁମାନ କରୁଛି ପୋଲିସ । ଖବର ପାଇଁ ଥାନା ଅଧିକାରୀ ଦୀପାଞ୍ଜଳି ପ୍ରଧାନ, ଏସ୍‌ଆଇ ଦିରେନ ବାରିକ, ଏଏସ୍‌ଆଇ ଶିବଶଙ୍କର ନାୟକ ଓ ଅନ୍ୟ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଥିବା ବେଳେ ଓଲଟି ପଡିଥିବା ଟ୍ରିପର ଡାଲା ଭିତରୁ ବିପୁଳ ପରିମାରର ବସ୍ତା ମିଳିବା ପରେ ବସ୍ତା ଭିତରେ ଗଞ୍ଜେଇ ରହିଥିବା ଅନୁମାନ କରୁଛି ପୋଲିସ । ବସ୍ତା ଗୁଡିକକୁ ଜବତ କରି ଅନ୍ୟ ଏକ ଗାଡି ସହାୟତାରେ ସେଗୁଡିକକୁ ଥାନାକୁ ଆଣି ଅଧିକ ଯାଞ୍ଚ କରୁଥିବାର ଜଣାପଡିଛି । ଗାଡି ଦୁର୍ଘଟଣା ହେବା ପରେ ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ଥିବାର ଜଣାଯାଇଛି । ପୋଲିସ ପାଖଆଖ ଅଂଚଳରେ ଯାଞ୍ଚ ଚଳାଇଥିବା ଦେଖିବାକୁ ମିଳିଛି । ତେବେ କେତେ ପରିମାଣର ଗଞ୍ଜେଇ ଜବତ ହେଇଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ବସ୍ତା ଭିତରୁ ଗଞ୍ଜେଇ ବାହାର କରି ଓଜନ କରାଯିବା ପରେ ହିଁ ଗଞ୍ଜେଇ କେତେ ପରିମାଣର ରହିଛି ତାହାର ପ୍ରକୃତ ଘଟଣା ଜଣାପଡିବ ।

jayashree
Leave A Reply

Your email address will not be published.