
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଧବଳେଶ୍ୱର ମନ୍ଦିର ଛକ ଠାରୁ ମୁକ୍ତିଧାମ ଆଡ଼କୁ ଆସିଥିବା ରାସ୍ତା କଡ଼ରେ ଥିବା ଯମୁନା ଜୋରରେ ଗତ କିଛି ଦିନ ହେବ ପାଖାପାଖି ଏକ କୋଟି ଟଙ୍କାର ଚ୍ୟାକଡ୍ୟାମ କାମ ଆରମ୍ଭ ହୋଇଥିଲା । ତେବେ ଲଗାଣ ବର୍ଷା ଯୋଗୁଁ ଏବେ ଚେକ ଡ୍ୟାମଟି ଭୁଶୁଡି ପଡିଛି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନ ମାନର ଚ୍ୟାକଡ୍ୟାମ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। କାର୍ଯ୍ୟ ବାବଦକୁ ୩୫ ଲକ୍ଷ ଟଙ୍କା ଉଠିଥିବା ବେଳେ ବିଲ କେମିତି ହେଲା ତାହା ବଡ଼ ପ୍ରଶ୍ନ ହୋଇଛି ? କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ଏହି କାର୍ଯ୍ୟ କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀ ଏ ଦିଗରେ କଣ ପଦକ୍ଷେପ ଗ୍ରହଣ କରିବେ ଦେଖିବାକୁ ରହିଲା ? ଯେହେତୁ ପାଣି ବାନ୍ଧିକି ରଖିବା ପାଇଁ ଚ୍ୟାକଡ୍ୟାମ ନିର୍ମାଣ କରାଯାଏ, ତାହେଲେ କାମ କିପରି ହୋଇଥିବ ଏଥିରୁ ଅନୁମାନ କରାଯାଉଛି । “ସରକାରକା ମାଲ୍ ଦରିଆମେ ଡାଲ” ସଦୃଶ କାମ ହୋଇନି ତ୍ ? ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେବା ସହ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

