om academy

ଲକ୍ଷଲକ୍ଷ ସଂଖ୍ୟାରେ ସମୁଦ୍ରକୁ ମୁହାଁଇଲେ ସାମୁଦ୍ରିକ କଇଁଛ ଛୁଆ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସାମୁଦ୍ରିକ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ବେଳାଭୁମିରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଣ୍ଡାରୁ ଫୁଟି ଏବେ ସମୁଦ୍ର ମୁଁହା । ସନ୍ଧ୍ୟା ଆସିବା ପରେ ଥଣ୍ଡା ପରିବେଶରେ ରାତ୍ର ତମାମ ବିସ୍ତୀଣ୍ଣ ବାଲୁକା ଶଯ୍ୟାରେ ପୋତି ହୋଇ ରହିଥିବା ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି । ପୋତି ହୋଇ ରହିଥିବା ଅଣ୍ଡା ଗୁଡିକରୁ ଫୁଟିବା ପରେ ବାଲିରୁ ଛୁଆ ଗୁଡିକ ଗୋଟାକ ପରେ ଗୋଟିଏ ଉପରକୁ ଉଠି ଆସିବା ପରେ ଗୁରୁଣ୍ଡି ଗୁରୁଣ୍ଡି ସମୁଦ୍ର ଆଡକୁ ମୁହାଉଁ ଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଋଷିକୁଲ୍ୟା ମୁହାଁଣ ବେଳାଭୂମିରେ ୫ ଲକ୍ଷ ୫୦ ହଜାର ୩୧୭ ସାମୁଦ୍ରିକ କଇଁଛଙ୍କ ସାମୁହିକ ଗଣ ଅଣ୍ଡାଦାନ ହୋଇଥିଲା । ଅଣ୍ଡାଦାନର ୪୫ରୁ ୫୦ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି ।ଯାହାକୁ ନେଇ ସେମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟିଦେଇ ବନ ବିଭାଗ ପକ୍ଷରୁ ନଦୀ ପାର୍ଶ୍ୱରେ ଜାଲବାଡ଼ର ବ୍ୟବସ୍ଥା କରାଯାଇଛି । ସେହିପରି ଋଷିକୁଲ୍ୟା ମୁହାଁଣ ନିକଟସ୍ଥ ପୁରୁଣା ପୋଡମପେଟା ଗ୍ରାମ ଠାରୁ ଉତ୍ତର ଦିଗରେ ସିଦ୍ଧାର୍ଥ ନଗର ଗ୍ରାମ ପର୍ଯ୍ୟନ୍ତ ବନ କର୍ମଚାରୀଙ୍କୁ ମୁତୟନ କରାଯାଇ ସେମାନଙ୍କ ସୁରକ୍ଷା ପାଇଁ ସୁବ୍ୟବସ୍ଥା କରାଯାଇଛି ।

ଡିଏଫଓ ଅମ୍ଳାନ କୁମାର ନାୟକ ଋଷିକୁଲ୍ୟା ମୁହାଁଣ ପରିଦର୍ଶନ କରି ବନ ବିଭାଗ ଅଧିକାରୀଙ୍କ ସହ କଇଁଛ ଛୁଆଙ୍କ ସୁରକ୍ଷାକୁ ନେଇ ସମୀକ୍ଷା କରିଛନ୍ତି । ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ଓ ରମ୍ଭା ପରେଷ୍ଟର ଅବିନାଶ ଚୌଧୁରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବନ କର୍ମଚାରୀ ଓ ସ୍ଥାନୀୟ ସ୍ୱେଛାସେବୀମାନଙ୍କୁ ନେଇ ବାଟବଣା ହୋଇଯାଉଥିବା ଛୁଆ କଇଁଛ ମାନଙ୍କୁ ପ୍ଲାଷ୍ଟିକ ପାତ୍ରରେ ନେଇ ସମୁଦ୍ର ଜଳରେ ଛାଡୁଥିବା ଲକ୍ଷ କରାଯାଉଛି ।

Leave A Reply

Your email address will not be published.

twelve + seven =