jsm

ସିଆରସି ବଲାଙ୍ଗିରରେ ବୁଲା ପଶୁ ଜନିତ ବିପଦ ପ୍ରତିରୋଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିବ୍ୟାଙ୍ଗଜନଙ୍କ କୌଶଳ ବିକାଶ, ପୁର୍ନବାସ ଓ ସଶକ୍ତିକରଣ ପାଇଁ କମ୍ପୋଜିଟ୍ ରିଜିଓନାଲ ସେଣ୍ଟର, ବଲାଙ୍ଗିର, ଏସଭିନିରତାର, ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ, ଭାରତ ସରକାରଙ୍କ ପ୍ରଶାସନିକ ନିୟନ୍ତ୍ରଣାଧୀନରେ “ବୁଲା ପଶୁ ଜନିତ ବିପଦ ପ୍ରତିରୋଧ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ” ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ବୁଲା ପଶୁଙ୍କ ଦ୍ୱାରା ସୃଷ୍ଟି ବିଭିନ୍ନ ବିପଦ, ସେଥିରୁ ନିଜକୁ କିପରି ସୁରକ୍ଷିତ ରଖିବା, ପରିବେଶ ସ୍ୱଚ୍ଛତା ବଜାୟ ରଖିବା ଏବଂ ପଶୁମାନଙ୍କ ପ୍ରତି ମାନବିକ ଆଚରଣ ପ୍ରଦର୍ଶନ କରିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା । କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବଲାଙ୍ଗିରର ଶିଶୁ ରୋଗ ବିଶେଷଜ୍ଞ ଡା. ସୁରଜିତ ନାଏକ ମୁଖ୍ୟବକ୍ତା ଭାବେ ଯୋଗଦେଇ ବୁଲା ପଶୁଙ୍କ କାମୁଡ଼ାରୁ ହେବାକୁ ଥିବା ବିପଦ, ତୁରନ୍ତ ପ୍ରାଥମିକ ଚିକିତ୍ସା, ସମୟୋପଯୋଗୀ ଆଣ୍ଟି-ରେବିଜ୍ ଟୀକାକରଣ ଏବଂ ସଚେତନତାର ଆବଶ୍ୟକତା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ସିଆରସି ବଲାଙ୍ଗିରର ନିର୍ଦ୍ଦେଶକ ଗୁରବକ୍ସ ଚାନ୍ଦ ଜଗୋଟା ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱଚ୍ଛ, ସୁରକ୍ଷିତ ଓ ବୁଲା ପଶୁମୁକ୍ତ ପରିବେଶ ଗଠନରେ ସମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ । ସିଆରସି ବଲାଙ୍ଗିରର ପ୍ରଶାସନିକ ଅଧିକାରୀ ତଥା ବୁଲା ପଶୁ ଜନିତ ବିପଦ ପ୍ରତିରୋଧ ନୋଡାଲ ଅଫିସର ଦୀପକ କୁମାର ନାୟକ କାର୍ଯ୍ୟକ୍ରମର ସମନ୍ୱୟ କରିବା ସହ ସ୍ୱଚ୍ଛ ପରିବେଶ ବଜାୟ ରଖିବା, ଖୋଲା ସ୍ଥାନରେ ଖାଦ୍ୟ ବର୍ଜ୍ୟବସ୍ତୁ ନ ଫିଙ୍ଗିବା, କ୍ୟାମ୍ପସ ପରିସରରେ ବୁଲା ପଶୁଙ୍କୁ ଖାଦ୍ୟ ନ ଦେବା ଏବଂ ଆବଶ୍ୟକ ସମୟରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ସମ୍ପର୍କରେ ସଚେତନ କରାଇଥିଲେ । ଶେଷରେ ସିଡିଇଆଇସି, ସିଆରସି ବଲାଙ୍ଗିରର ଅକ୍ୟୁପେସନାଲ ଥେରାପିଷ୍ଟ ଶ୍ରୀମତୀ ରଞ୍ଜିତା ପଣ୍ଡା ଧନ୍ୟବାଦ ଅର୍ପଣ କରି ମୁଖ୍ୟବକ୍ତା, ନିର୍ଦ୍ଦେଶକ, ସମସ୍ତ ଅତିଥି, ଅଂଶଗ୍ରହଣକାରୀ ଏବଂ କାର୍ଯ୍ୟକ୍ରମକୁ ସଫଳ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ୩୦ରୁ ଅଧିକ ରୋଗୀ, ଡିସଲି ଛାତ୍ରଛାତ୍ରୀ ଏବଂ ସିଆରସି ବଲାଙ୍ଗିରର ସମସ୍ତ କର୍ମଚାରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସଚେତନତା ଓ ସାମୁହିକ ଦାୟିତ୍ୱବୋଧ ମାଧ୍ୟମରେ ବୁଲା ପଶୁ ଜନିତ ବିପଦ ହ୍ରାସ କରିବା ଏବଂ ଏକ ସୁରକ୍ଷିତ, ସ୍ୱଚ୍ଛ ଓ ମାନବିକ ପରିବେଶ ଗଠନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଯାଇଥିଲା ।

yuvodaya
Leave A Reply

Your email address will not be published.