
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବରିଷ୍ଠ ନାଗରିକ ସଂଘର ସାଧାରଣ ପରିଷଦ ବୈଠକ ଈଶ୍ୱର ଚନ୍ଦ ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଙ୍ଘରେ ଉପସ୍ଥିତ ଥିବା ସଦସ୍ୟମାନେ ନିଜନିଜ ମତ ପ୍ରକାଶ କରିବା ପରେ ଆସନ୍ତା ବର୍ଷ ପାଇଁ ନୂତନ ସଭାପତି ଓ ସମ୍ପାଦକ ଚୟନ କରାଯାଇଥିଲା । ସେଥିରେ ସର୍ବସମ୍ମତି କ୍ରମେ ଟିଟିଲାଗଡ ଲାୟନ୍ସ କ୍ଲବର ବରିଷ୍ଠ ସଦସ୍ୟ ରତ୍ନାକର ସାହୁଙ୍କୁ ସଭାପତି ଓ ଈଶ୍ୱର ଜୈନଙ୍କୁ ସମ୍ପାଦକ ରୂପେ ମନୋନୀତ କରାଯାଇଛି । ଉଲ୍ଳେଖ ଥାଉ ଯେ, ସଂଘର ପୂର୍ବତନ ସଭାପତି ବୈରି ଗଞ୍ଜନ ମିଶ୍ର ଓ ସମ୍ପାଦକ ଭିକାରୀ ଚରଣ ମିଶ୍ର ତାଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ନିଜ ପଦରୁ ସେମାନେ ଇସ୍ତଫା ଦେଇଥିବା ବେଳେ ଏହି ଦୁଇଟି ପଦ ଖାଲି ହୋଇ ରହିଥିଲା । ଏହି ଅବସରରେ ସଂଘର ଅରବିନ୍ଦ ମେହେତୋ, ଡ. ଘନଶ୍ୟାମ ଜୈନ, ରତ୍ନାକର ସାହୁ, ଜଗନ୍ନାଥ ପଣ୍ଡା, ସେବକ ଚରଣ ଦାସ, ରାଜୀବ ଲୋଚନ ପାଢ଼ୀ, ଘିନୁ ଆଡଯୁଏଡ, ଲକ୍ଷ୍ମୀକାନ୍ତ ମହାପାତ୍ର, ଚକ୍ରପାଣି ରଥ ଉପସ୍ଥିତ ଥିବା ବେଳେ ନିର୍ବାଚନ/ ମନୋନୟନ ପ୍ରକ୍ରିୟା ବରିଷ୍ଠ ସଭ୍ୟ ରାଜୀବ ଲୋଚନ ପାଢ଼ୀ, ସେବକ ଚରଣ ଦାସ, ଜଗନ୍ନାଥ ପଣ୍ଡା ତୁଲାଇ ଥିଲେ । ସଭାପତି ରତ୍ନାକର ସାହୁ ସଂଘର ଅଫିସ ଘର ନିର୍ମାଣ କାମ ଯାହା ଅର୍ଦ୍ଧନିର୍ମିତ ହୋଇପଡ଼ି ରହିଛି, ତାହା ସଂପୂର୍ଣ୍ଣ କରାଯିବ ବୋଲି କହିଥିଲେ । ଶିବ ପ୍ରସାଦ ବେହେରା ଧନ୍ୟବାଦ ଦେଇଥିଲେ।