
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଁଲ କ୍ଲଷ୍ଟରର ଚଟୁଅନକା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ହିଆଁଲ କ୍ଲଷ୍ଟରର ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ସମାଜସେବୀ ଥମିର ଛତ୍ରିଆ, ରାଜେନ୍ଦ୍ର ସେଠ, ଶିକ୍ଷୟିତ୍ରୀ ଭି. କ୍ରିଷ୍ଣା ଯୋଗ ଦେଇଥିଲେ । ବିଶ୍ୱରେ ଯେତେବେଳେ ବିପଦପଡେ ସେତେବେଳେ ରେଡକ୍ରସ ଅଣ୍ଟାଭିଡେ ଆଉ ସାହାଯ୍ୟ ସହଯୋଗର ହାତ ବଢାଏ । ତେଣୁ ତାର କାର୍ଯ୍ୟ ଅତୁଳନୀୟ ବୋଲି ଉପସ୍ଥିତ ଅତିଥିମାନେ ମତ ରଖିଥିଲେ । କରୋନା ସମୟରେ ରେଡକ୍ରସ କର୍ମୀମାନଙ୍କ ସେବାକୁ ଦେଶ କେବେବି ଭୁଲି ପାରିବ ନାହିଁ ବୋଲି ଶ୍ରୀ ଦାଶ ନିଜ ବକ୍ତବ୍ୟରେ କହିଥିଲେ । ଏହି ସଭାରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା, ବିଜୟ ତାଣ୍ଡୀ, ଭୁରଷି ରଣା, ଡିଙ୍ଗର ଭୋଇ, କିଶୋର ବରିହା, ମାନସୀ ସାହୁ ଯୋଗ ଦେଇଥିଲେ । ସେହିପରି ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ଥିତ ଋତୁକାଳୀନ ଆବାସିକ କେନ୍ଦ୍ରର ଅନ୍ତେବାସୀଙ୍କୁ ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଏବଂ ସମାଜସେବାକୁ ଆପଣେଇ ନେବାକୁ ପରାମର୍ଶ ଦେଇଥିଲେ ।