csstore

ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ଅନ୍ତର୍ଗତ ପାଇକ କେନ୍ଦୁ ମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ କନକପୁର କରଲା ଝରନ୍ ନିକଟରୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଭାସି ଆସୁଥିବା ଏକ ବୃଦ୍ଧଙ୍କ ଶବ ଜୟପାଟଣା ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରୁ ପ୍ରକାଶ ଯେ, ଜୟପାଟଣା ଥାନା ଅନ୍ତର୍ଗତ ନାଗୁପଡ଼ା ଗ୍ରାମର ଗଜାନନ ନାଏକ (୬୮) ମୂଖୀ ଗୁଡ଼ାରୁ ଫେରି ଗାଁ ନିକଟ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଗାଧେଇବା ପାଇଁ ପଶୁଥିବା ବେଳେ ପାଦ ଖସିଯାଇ ଗଭୀର ପାଣିରେ ବୁଡି ଯାଇଥିଲେ । ଲୋକେ ଏକ ଶବ ଭାସି ଯାଉଥିବା ଦେଖି ଜୟପାଟଣା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବିଭାଗ ପହଞ୍ଚି କନକପୁର କର୍ଲା ଝରନ ନିକଟରୁ ମୃତଦେହ ଉଦ୍ଧାର କରିଥଲେ । ମୂଖିଗୁଡ଼ା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କଲାପରେ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ସୂଚନା ମିଳିଛି । ଗତ ଚାରିଦିନ ମଧ୍ୟରେ ଏହା ହେଉଛି ଦ୍ଵିତୀୟ ଘଟଣା ।

jayashree
Leave A Reply

Your email address will not be published.