csstore

ଓଡିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ବଲାଙ୍ଗିର ଶାଖା ପକ୍ଷରୁ ସାମ୍ବାଦିକ ସମ୍ବିଳନୀ

ବଲାଙ୍ଗିର, (କେପିଏନ୍‌ଏସ) : ବଲାଙ୍ଗିର ସାମ୍ବାଦିକ ଭବନଠାରେ ମହିଳା ସ୍ୱାସ୍ଥ୍ୟକର୍ମୀ ବଲାଙ୍ଗିର ଶାଖାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଓଡିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ, ବଲାଙ୍ଗିର ପକ୍ଷରୁ ପଦୋନ୍ନତି ପ୍ରକ୍ରିୟାରେ ଅନିୟମିତତା ନେଇ ଅଭିଯୋଗ ଉଠିଛି । ହାଇକୋର୍ଟଙ୍କ ତା.୨୨.୦୧.୨୦୨୬ ର ରାୟ ଅନୁଯାୟୀ ଅନ୍ୟ ଜିଲ୍ଲାର ଡିପିସି ସମ୍ପନ୍ନ ହୋଇସାରିଛି ବୋଲି ସଂଘ କହିଛି କିନ୍ତୁ ବଲାଙ୍ଗିର ଜିଲ୍ଲାରେ ଡିପିସି ଏ ପର୍ଯ୍ୟନ୍ତ ହୋଇନାହିଁ । ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଚାକିରି ସମୟସୀମା ମଧ୍ୟରେ ଗୋଟିଏ ମଧ୍ୟ ପଦୋନ୍ନତି ନ ପାଇ ବିନା ପଦୋନ୍ନତିରେ ଅବସର ଗ୍ରହଣ କରୁଛନ୍ତି । ଆସନ୍ତା ମାସରେ ମଧ୍ୟ କିଛି ଜଣ ଅବସର ଗ୍ରହଣ କରିବେ । ବଲାଙ୍ଗିର ସିଡିଏମ୍‌ଓ ଓ ଜିଲ୍ଲାପାଳଙ୍କୁ ବାରମ୍ବାର ପତ୍ର ମାଧ୍ୟମରେ ଅଭିଯୋଗ କରିଥିବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି । କେଉଁ ସ୍ୱାର୍ଥରେ ପଦୋନ୍ନତିକୁ ଧ୍ୟାନ ଦେଉ ନାହାନ୍ତି ବୁଝାପଡୁନି । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ବେଖାତିର କରିବା କେତେ ଦୂର ଠିକ୍‌ ବୋଲି ପ୍ରଶ୍ନ ଉଠୁଛି । ୧୫ ଦିନ ମଧ୍ୟରେ ଡିପିସି ନ ହେଲେ ଏପ୍ରିଲ ୧୨ ରୁ ଅନଲାଇନ କାମ ବନ୍ଦ କରିବାକୁ ସଂଘ ଚେତାବନୀ ଦେଇଛି ଏବଂ ଆଗକୁ ପୂର୍ଣ୍ଣ କାର୍ଯ୍ୟବନ୍ଦ କରିବାକୁ ସଂଘ ପଛଘୁଞ୍ଚା ଦେବନାହିଁ । ସଂପାଦିକା ରୀନା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଦେବାନନ୍ଦ ପାତ୍ର, ବିନୋଦ ସାହୁ, ରମାକାନ୍ତ ପଟେଲ, ଜାମିନି ମେହେର, ବଂଶୀଧର ମେହେର, ଡୋଳାମଣି ମେହେର ସସ୍ମିତା ଶତପଥି, ସୌଦାମିନୀ ସାହୁ, ପୁଷ୍ପିତା ମିଶ୍ର, ସୁନିତା ଷଡଙ୍ଗି, ସବିତା ପଣ୍ଡା, ସୁଶିଳା ପତ୍ରୀ, ରାଧାମଣି ସିଂ, ସଂଯୁକ୍ତା କୁମ୍ଭାର, ଜୟନ୍ତି ସାହୁ, ଶାନ୍ତିଲତା ସାହୁ, ଜ୍ୟୋସ୍ନା ଭୋଇ, ସଂଯୁକ୍ତା ମିଶ୍ର, ସୁନିତି ମେହେର ପ୍ରମୁଖ ଶତାଧିକ ମହିଳା ସ୍ୱାସ୍ଥ୍ୟକର୍ମୀ ସାମିଲ ଥିଲେ ।

jayashree
Leave A Reply

Your email address will not be published.