mahavir

ଓଶ୍ରୁର ବାର୍ଷିକ ସମ୍ମିଳନୀ

  • ବାପୁନି ସାହୁ ଜିଲ୍ଲା ସଂପାଦକ ଓ ବିକାଶ ପାତ୍ର ଜିଲ୍ଲା ସଭାପତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଶ୍ରୁ ବଲାଙ୍ଗିର ଜିଲ୍ଲା ଶାଖାର ବାର୍ଷିକ ସମ୍ମିଳନୀ ରବିବାର ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ପରେ ବାର୍ଷିକ ଆୟବ୍ୟୟର ହିସାବ ଉପସ୍ଥାପନା କରାଯାଇ ଗୃହୀତ କରାଯାଇଥିଲା । ସମ୍ମିଳନୀକୁ ଜିଲ୍ଲା ସଭାପତି ବିକାଶ ପାତ୍ର, ଜିଲ୍ଲା ସମ୍ପାଦକ ବାପୁନୀ ସାହୁ ଏବଂ ରାଜ୍ୟ ଉପସଭାପତି ଅନିରୁଦ୍ଧ ମହାପାତ୍ର ପରିଚାଳନା କରିଥିଲେ । ଜିଲ୍ଲା ସଂପାଦକ ବାପୁନି ସାହୁ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ଜିଲ୍ଲା କୋଷାଧ୍ୟକ୍ଷ ସତ୍ୟନାରାୟଣ ରଥ ଆୟବ୍ୟୟର ହିସାବ ରଖିଥିଲେ । ମୁଖ୍ୟ ଅତିଥି ଭାବରେ ଓଶ୍ରୁର ଯୁଗ୍ମ ସାଧାରଣ ସମ୍ପାଦକ ନୃସିଂହ ପ୍ରସାଦ ବ୍ରହ୍ମା ଓ ରାଜ୍ୟ ସମ୍ପାଦକୀୟ ମଣ୍ଡଳି ସଦସ୍ୟ ସାଥୀ ପ୍ରତ୍ୟୁଷ ମିଶ୍ର ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଶ୍ରମିକ ମାରଣ ନୀତି ଉପରେ ଆଲୋକପାତ କରି ବକ୍ତବ୍ୟ ରଖିଥିଲେ । ମେଡିକାଲ ରିପ୍ରେଜେଣ୍ଟିଭ ମାନେ ଭୋଗୁଥିବା ଦୈନନ୍ଦିନ ଆସୁବିଧା ଉପରେ ଆଲୋଚନା କରାଯାଇଥିଲା । ସମ୍ମିଳନୀରେ ଆଗାମୀ ବର୍ଷ ପାଇଁ ନୂତନ ଜିଲ୍ଲା କମିଟି ଗଠନ କରାଯାଇଛି । ସଭାପତି ଭାବେ ସାଥୀ ବିକାଶ ପାତ୍ର, ଉପସଭାପତି ଭାବେ ଆକାଶ ମିଶ୍ର, ଜିଲ୍ଲା ସଂପଦକ ସାଥୀ ବାପୁନି ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ସାଥୀ ସତ୍ୟନାରାୟଣ ରଥ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସାତୀ ସତାବନ ସାହୁ, ଭରତ ଶତପଥି, ସୁଶାନ୍ତ ମିଶ୍ର, ସୁନିଲ କୁମାର ପଣ୍ଡା, ଗିରୀଶ ମିଶ୍ର, ଅମର ପଲେଇ, ଏମ୍‌.ଏ.ଖାନ, ଘନଶ୍ୟାମ ସାହୁ, ପ୍ରକାଶ ସାହୁ, ସୁଶାନ୍ତ କୁମାର ଭୋଇ ସର୍ବ ସମ୍ମତିକ୍ରମେ ମନୋନୀତ ହୋଇଥିଲେ ।

Leave A Reply

Your email address will not be published.