pr

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ ଆସନ୍ତା ୨୬ରେ

dr. purohit

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ ଆସନ୍ତା ୨୬ରେ ହେବ ବୋଲି ସୂଚନା ମିଳିଛି । ରାଉରକେଲା ଶାଖା ପ୍ରତିବର୍ଷ ଭଳି, ଏ ବର୍ଷ ମଧ୍ୟ ଏହାର ୫୨ତମ ବାର୍ଷିକ ଉତ୍ସବ ଆସନ୍ତା ୨୬/୦୬/୨୦୨୬ରେ ପାଳନ କରିବାକୁ ଯାଉଛି । ସମଗ୍ର ଓଡ଼ିଶାରେ, ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନର ଶାଖା ଏକମାତ୍ର ରାଉରକେଲାରେ ଅବସ୍ଥିତ। ସମ୍ମିଳନୀ, ସମ୍ପ୍ରଦାୟ, ଐତିହ୍ୟ, ସାହିତ୍ୟ ଓ କଳା ସଂସ୍କୃତିକୁ ଗର୍ବର ସହିତ ପାଳନ କରି ଆସୁଥିବା ଏହି ସଂସ୍ଥା ୧୯୭୪ ମସିହାରେ ସ୍ଥାପିତ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଏହାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବା ଭିତରେ ତିନୋଟି ପ୍ରତିଯୋଗିତାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଚିତ୍ରାଙ୍କନ, ସଂଗୀତ ଓ କବିତାପାଠର ପ୍ରତିଯୋଗିତା କାର୍ଯ୍ୟକ୍ରମ ଗୁଡିକ ଗତ ୧୪ ତାରିଖ ଦିନ ରାଉରକେଲା କ୍ଲବରେ ସୁଚାରୁ ରୂପେ ସମ୍ପାଦନ କରାଯାଇଛି । ଛୋଟ ଛୋଟ ପିଲାଙ୍କ ଠାରୁ ନେଇ ବଡମାନଙ୍କ ପର୍ଯ୍ୟନ୍ତ ବିଭିନ୍ନ ଗ୍ରୁପରେ ଅଂଶଗ୍ରହଣ କରି ଉତ୍ସାହର ସହିତ ନିଜ ନିଜର କଳାପ୍ରଦର୍ଶନ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଏ, ବି ଓ ସି ଗ୍ରୁପରେ ୫୦ ଜଣ, ସଂଗୀତରେ ୨୦ ଜଣ ଏବଂ କବିତାପାଠରେ ୧୮ ଜଣ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ଗୁଡ଼ିକରେ ବିଚାରକ ଭାବେ ପାର୍କୀ ଭଟ୍ଟାଚାର୍ଯ୍ୟ, ମୌଦତ୍ତ ପାଲ, କୋଏନା ଦସ୍ତିଦାର, ପ୍ରଦୀପ ଗୁରୱାରା, ବୀଣାପାଣି ରଥ, ରତ୍ନା ଚାଟାର୍ଜୀ ଓ ପଶୁପତି ନାଥ ଚାଟାର୍ଜୀ ପ୍ରମୁଖ ଯୋଗଦେଇଥିଲେ । ଏହି ସମ୍ପୂର୍ଣ୍ଣ ପ୍ରତିଯୋଗିତା କାର୍ଯ୍ୟକ୍ରମଟି ଅନୁଷ୍ଠାନର ଶିକ୍ଷା ପରିଷଦର ସଚିବ ଶମ୍ପା ମଜୁମଦାରଙ୍କ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସାଓଲି ସାନ୍ୟାଲ, ସର୍ବାନୀ ମିତ୍ର, ଶର୍ବରୀ ବୋଷ, ପାପିୟା ମଜୁମଦାର, ମୌସୁମୀ ତପାଦାର, ଅର୍ଥିତା ଭଟ୍ଟାଚାର୍ଯ୍ୟ, ପଲ୍ଲବ ଚାଟାର୍ଜୀ, ସଭାପତି ଦିଲୀପ କୁମାର ଭୁଇ, ସଚିବ, ସୁଚିସ୍ମିତା ବିଶ୍ୱାସ, ସାଂସ୍କୃତିକ ସଚିବ, ସୁସ୍ମିତା ନସ୍କର, ସାହିତ୍ୟି ପରିଷଦର ଅର୍ଥିତା ଭଟ୍ଟାଚାର୍ଯ୍ୟ ଓ କୋଷାଧ୍ୟକ୍ଷା ରିମି ଚକ୍ରବର୍ତ୍ତୀ ପ୍ରମୁଖ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.