jayashree

ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ ପାଇଁ ଓସନେଲାର ଦାବିପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ବର୍ତ୍ତମାନ ସାରା ରାଜ୍ୟରେ ଅନୁଦାନ ସମ୍ପର୍କରେ ଅଭିଯାନ କାର୍ଯ୍ୟକ୍ରମ କରୁଅଛି । ଏହି ଅବସରରେ ଆଜି ସଂଘର ବଲାଙ୍ଗିର ଶାଖା ତରଫରୁ ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ନୀତି ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ ପାଇଁ ପଞ୍ଚାୟତିରାଜ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଓଡ଼ିଶା ସରକାର ରବି ନାରାୟଣ ନାଏକ ମହୋଦୟ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମହୋଦୟଙ୍କୁ ଏକ ଦାବିପତ୍ର ପ୍ରଦାନ ସହିତ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ ପାଇଁ ଅନୁରୋଧ କରାଯାଇଥିଲା । କ୍ୟାବିନେଟ୍ ମନ୍ତ୍ରୀ ମହୋଦୟ ଏବଂ କଣ୍ଟାବାଞ୍ଜି ବିଧାୟକ ମହୋଦୟ ସଂଘର ଦାବିକୁ ଶୁଣି ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ ପାଇଁ ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି । ସଂଘର ବଲାଙ୍ଗିର ଜିଲ୍ଲାର ବ୍ୟବସ୍ଥା ପ୍ରମୁଖ ତଥା ପାଟଣାଗଡ଼ ଖଣ୍ଡ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ସଂଘର ଦିନେଶ ସାହୁ, ସୁରେଶ ଚନ୍ଦ୍ର ବେହେରା, ଗଜାନନ ପୁରୋହିତ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.