csstore

ରାଜ୍ୟ ସ୍ତରୀୟ ଗୁରୁପୂଜାନୋତ୍ସବରେ ଶିକ୍ଷକ ଗୋଲାପ ବିଶି ଓ ସନ୍ତୋଷ କୁମାର ଭୋଇ ସମ୍ମାନିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଖାରବେଳ ନଗର, ଭୁବନେଶ୍ୱର ଦ୍ୱାରା ରାଜ୍ୟ ସ୍ତରୀୟ ଗୁରୁପୂଜାନୋତ୍ସବ ସୋନପୁର ଠାରେ ଆୟୋଜନ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ମୁଖ୍ୟ ସଚେତକ ଓଡିଶା ସରକାର ସରୋଜ କୁମାର ପ୍ରଧାନ, ସମ୍ମାନୀତ ଅତିଥି ବିଧାୟକ କଣ୍ଟାମାଲ କହ୍ନେଇ ଚରଣ ଡାଙ୍ଗ, ବିଧାୟକ ବୀରମହାରାଜପୁର ରଘୁନାଥ ଜଗଦଲା, ସୋନପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ, ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ ସଭାପତି କମଳାକାନ୍ତ ତ୍ରିପାଠୀ, ନିଖିଳ ଉତ୍କଳ ପ୍ରାଥମିକ ସଂଘର ସଭାପତି ଡକ୍ଟର ଅନିତା ମେହେର, ଆନ୍ଧ୍ରପ୍ରଦେଶ ପ୍ରାଥମିକ ସଂଘର ସଭାପତି ଗଣପତି ରାଓ, ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ ସଦସ୍ୟା ଡକ୍ଟର ସବିତା ମହରା, ଏୟୁପିଟିଏଫ୍‌ ବଲାଙ୍ଗୀର ଜିଲ୍ଲା ସଭାପତି ଦେବଦତ୍ତ ମେହେର ଓ ଅନ୍ୟାନ୍ୟ ଅତିଥି ବୃନ୍ଦଙ୍କ ଦ୍ୱାରା ଗୁରୁ ଦ୍ରୋଣାଚାର୍ୟ୍ୟ ସମ୍ମାନ, ଦଧିଚି ସମ୍ମାନ, ସ୍ୱାମୀ ବିବେକାନନ୍ଦ ସମ୍ମାନ, ମଧୁସୂଦନ ଦାସ ସମ୍ମାନ, ଶ୍ରେଷ୍ଠ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ଦୁଇ ଜଣ ଶିକ୍ଷକ ଖପ୍ରାଖୋଲ ବ୍ଲକ ତେଲେନପାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଲାପ ବିଶି ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଲିଆମାଲର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସନ୍ତୋଷ କୁମାର ଭୋଇ ଶିକ୍ଷାଦାନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ “ଉତ୍କଳ ଗୌରବ ମଧୁସୂଦନ ଦାସ ଶିକ୍ଷାରତ୍ନ ସମ୍ମାନ”ରେ ସମ୍ମାନିତ ହୋଇଛନ୍ତି । ତେଣୁ ଗୁରୁ ଦିବସ ଉପଲକ୍ଷେ ମାଆ, ବାପା, ଗୁରୁଜନ ମାନଙ୍କୁ ଶ୍ରେୟ ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣେଇଛନ୍ତି ଉଭୟ ଶିକ୍ଷକ । ଏହି ଖବର ପାଇବା ପରେ ଖପ୍ରାଖୋଲ ବ୍ଲକ ଓ ପାଟଣାଗଡ ବ୍ଲକର ଶିକ୍ଷକମାନେ ଅଭିନନ୍ଦନ ଜଣେଇଛନ୍ତି ।

jayashree
Leave A Reply

Your email address will not be published.