csstore

ବଲାଙ୍ଗିର ଭୀମଭୋଇ ହସ୍ପିଟାଲରେ ରକ୍ତ ଭଣ୍ଡାର ଦ୍ୱାରା ସମ୍ମାନିତ ହେଲା ମାଁ ମାହେଶ୍ୱରୀ ସେନା

ବଲାଙ୍ଗିର, (ଦେବାଶିଷ ମିଷ୍ର) : ବଲାଙ୍ଗିର ଜିଲ୍ଲା ଭୀମଭୋଇ ହସ୍ପିଟାଲ ଏମ୍‌ସିଏଚ୍‌ କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ରକ୍ତଦାତା ସମ୍ମିଳନୀରେ ସମ୍ମାନିତ ହେଲା ମାଁ ମାହେଶ୍ୱରୀ ସେନା । ପଶ୍ଚିମ ଓଡିଶା ସହିତ ବଲାଙ୍ଗିର ଜିଲ୍ଲାରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଜିଲ୍ଲାର ବିଭିନ୍ନ ଅଂଚଳରେ ରକ୍ତଦାନ ଶିବିର ଆୟୋଜିତ କରୁଥିବା ପାଇଁ ମାଁ ମାହେଶ୍ୱରୀ ସେନାକୁ ଭୀମ ଭୋଇ ହସ୍ପିଟାଲ ରକ୍ତ ଭଣ୍ଡାରର ଅଧିକାରୀ ଆଉ ସବୁ କାର୍ଯ୍ୟକତ୍ତା ମାନେ ଧନ୍ୟବାଦ ଦେବା ସହ ସମ୍ମାନିତ କରିଥିଲେ । ରକ୍ତ ଅଭାବକୁ ଦୂର କରିବା ପାଇଁ ମାଁ ମାହେଶ୍ୱରୀ ସେନା ସବୁବେଳେ ବଲାଙ୍ଗିର, ସୋନପୁର, ବରଗଡ, ବୁର୍ଲା, ବୌଦ୍ଧ, ସମ୍ବଲପୁର ଅଂଚଳରେ ରକ୍ତଦାନ ଶିବିର ଆୟୋଜନ କରି ରକ୍ତ ଭଣ୍ଡାରକୁ ଜରୁରୀକାଳୀନ ରକ୍ତ ଯୋଗାଉଛି ।

jayashree
Leave A Reply

Your email address will not be published.